Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ବସ ଦୁର୍ଘଟଣା : ୩୨ ବରଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡରେ ଦୁଃଖଦ ବସ୍ ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି । ହରିଦ୍ବାର ଜିଲ୍ଲାର ଲାଲଢ଼ଙ୍ଗରୁ ପୈାଡି ବିରିଖାଲ ଗାଁକୁ ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ସିମଡି ଗାଁ ନିକଟରେ  ବସ୍ ଗଭୀର ଖାଇକୁ ଖସିପଡିଥିଲା। ୫୦୦ ମିଟର ଖାଲରେ ବସଟି ଖସି ପଡ଼ିଥିବା ବେଳେ ଏଥିରେ ୫୦ ଜଣ ବରଯାତ୍ରୀ ଥିଲେ ।

BjdElectrycity

ଦୁର୍ଘଟଣା  ପରେ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଯାଇଛି । ପୋଲିସ ସହ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଗଭୀର ଶୋକ ପ୍ରକାଶ କରିବା ସହ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ସୁଚାରୁ ରୂପେ କରିବା ପାଇଁ ନିର୍ଦେଶ ଦେଇଥିଲେ ।

Leave A Reply

Your email address will not be published.