Latest Odisha News

BREAKING NEWS

ଧାନମଣ୍ଡି ଶୁଭାରମ୍ଭ : ଏବେ ମଣ୍ଡିରେ ଚାଲିବ ଧାନ ବିକ୍ରି

ନୂଆପଡା : ନୂଆପଡା ଜିଲ୍ଲା ତରବବୋଡ଼ଠାରେ ଚଳିତବର୍ଷ ୨୦୨୩-୨୪ ଖରିଫ ଋତୁ ପାଇଁ ଧାନମଣ୍ଡି ଶୁଭାରମ୍ଭ ହୋଇଯାଇଛି । ଜ଼ିଲ୍ଲାପାଳ ହେମକାନ୍ତ ସାଏ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଧାନମଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ଜ଼ିଲ୍ଲା ଯୋଗାଣ ଅଧିକାରୀ ପି.କେ.ରାଉତରାୟ, ଆର ଏମ ସି ଅଧିକାରୀ ଆର୍ଯ୍ୟକୁମାର ମୁଦୁଲି, ତରବୋଡ଼ କୃଷି ସମବାୟ ସମିତି ସମ୍ପାଦକ ସାଗର ସାହୁ, ଜ଼ିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଚାଷୀ ନେତା ଯଦୁମଣି ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଏହି ସଭାରେ ଉପସ୍ଥିତ ରହିଥିଲେ ।

ଚଳିବର୍ଷ ଜିଲ୍ଲା ରେ ୪୪ ହଜାର ୪୪୨ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି  । ଧାନ କ୍ରୟ କରିବା ପାଇଁ ଜ଼ିଲ୍ଲା ର ୩୦ଗୋଟି ମିଲର୍ସକୁ ସାମିଲ କରାଯାଇଛି । ଯେଉଁ ମିଲର୍ସ ମାନେ ମନଇଚ୍ଛା କାମ କରିବେ , ସେମାନଙ୍କ  ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଆବଶ୍ୟକ ସ୍ଥଳେ ବାହାର ଜ଼ିଲ୍ଲା ରୁ ମିଲର୍ଷ  ଡକାଯିବ ବୋଲି ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ୭୬ ଗୋଟି ଧାନ ମଣ୍ଡିରେ ୨୬ ଗୋଟି କୃଷି ସମବାୟ ସମିତି ଏବଂ ୧୩ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବେ ।

Leave A Reply

Your email address will not be published.