Latest Odisha News

BREAKING NEWS

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସୂଚନା ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ”କରୋନା ସଂକ୍ରମଣର କିଛି ଲକ୍ଷଣ ଅନୁଭବ କରିବା ପରେ ମୋର ଆଜି ଏକ କୋଭିଡ ପରୀକ୍ଷା କରାଯାଇଥିଲା, ଯାହା ସକରାତ୍ମକ ବୋଲି ଜଣାପଇଛି। ସିଂ ଅନୁରୋଧ କରିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ମଧ୍ୟ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଇ ନିଅନ୍ତୁ। ଏହା ସହ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ମୁଁ ବର୍ତ୍ତମାନ ସୁସ୍ଥ ଅଛି।” ଏଥି ସହ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ କରି ସିଏମ୍‌ ଏନ ବିରେନ ସିଂଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.