Latest Odisha News

BREAKING NEWS

ମୋ ପୁଅ ଗାୟକ ନ ହେଉ; ସୋନୁ ନିଗମ୍ !

ମୁମ୍ବାଇ: ଭାରତର ଜଣାଶୁଣା ଗାୟକ ସୋନୁ ନିଗମ । କେବଳ ହିନ୍ଦୀ ନୁହେଁ ବରଂ କନ୍ନଡ, ତାମିଲ, ବେଙ୍ଗଲି, ଗୁଜରାଟି ଓ ଓଡିଆ ଭାଷାରେ ବି ସେ ଅନେକ ସୁପରହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଖାସ କରି ଓଡିଆ ଗୀତ ଭାବେ ପୁଚୁକି ଗାଲି ଆଜି ବି ଦର୍ଶକଙ୍କ ଗହଣରେ ଲୋକପ୍ରିୟ ତାଲିକାରେ ରହିଛି ।

ନିଜର ଏକ ଆଧ୍ୟାତ୍ମିକ ଗୀତକୁ ପ୍ରମୋଟ୍ କରିବାକୁ ଏହି ସିଙ୍ଗର ଏବେ ମୁମ୍ବାଇରେ ଡେରା ପକାଇଛନ୍ତି । ଏହି ସମୟରେ ଏକ ମାଗାଜିନକୁ ଇଣ୍ଟରଭ୍ୟୁ ଦେବା ଅବସରରେ ସେ ନିଜ ପୁଅକୁ ଗାୟକ ନକରିବାକୁ ନିଷ୍ପତ୍ତି ନେଇଥିବା ଜଣାଇଥିଲେ ।

ସୋନୁଙ୍କ ନୂଆ ଭଜନକୁ ଭଲ ପ୍ରତିକ୍ରିୟା ମିଳିଥିବାବେଳେ ପୁଅ ନୀବନକୁ ନେଇ ତାଙ୍କର ଏପରି ପ୍ରତିକ୍ରିୟା ଅନେକଙ୍କୁ ତାଜୁବ କରିଥିଲା । ତାଜା ସ୍ଥିତିରେ ସୋନୁ ନିଜ ପରିବାର ସହ ଦୁବାଇରେ ରହୁଛନ୍ତି । କୌଣସି କାମ ପଡିଲେ ହିଁ ସୋନୁ ଭାରତକୁ ଆସିଥାନ୍ତି ।

ତେବେ ପୁଅ ନୀବନଙ୍କୁ ନେଇ ତାଙ୍କର ଏପରି ଅଜବ ନିଷ୍ପତ୍ତିକୁ ନେଇ ଅଧିକ ପଚରାଯିବାରୁ ସେ କିଛି ଏପରି କହିଥିଲେ, “ମୋ ପୁଅକୁ ମୁଁ ଗାୟକ ହେବାକୁ କେବେ ବାଧ୍ୟ କରିବିନି । ଯଦି ସେ ଗାୟକ ହେବାକୁ ଚେଷ୍ଟା କରେ, ତେବେ ଭାରତ ବଦଳରେ ଅନ୍ୟ କୌଣସି ଦେଶରେ ସେ ତା ଭାଗ୍ୟ ପରୀକ୍ଷା କରିବ । ଏବେ ସେ ଦୁବାଇରେ ଜଣେ ନାମୀ ଭିଡିଓ ଗେମର୍ ଭାବେ ପରିଚୟ ହାସଲ କରିଛି”

ଜଣେ ପୁରୁଣା ତଥା ପୁରୁଖା ଗାୟକ ହୋଇଥିଲେ ବି ସୋନୁଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ସେତେଟା ସମ୍ମାନ ମିଳିନଥିଲା । ଏପରିକି ରାତିଅଧିଆ ତାଙ୍କ ହାତରୁ ଅନେକ କାମ ହାତଛଡା ହେବା ସହ ଫିଲ୍ମରେ ଥିବା ତାଙ୍କ ଗୀତଗୁଡିକୁ ସାମିଲ କରାଯାଇନଥିଲା । ଏହି କାରଣରୁ ସେ ଅତିଷ୍ଠ ହୋଇ ଦୁବାଇରେ ରହୁଛନ୍ତି । ବୋଧ ହୁଏ ଏହି କାରଣରୁ ପୁଅ ନୀବନକୁ ସୋନୁ ଭାରତରେ ଗାୟକ ଭାବେ ପ୍ରତିଷ୍ଠିତ କରାଇବାକୁ ମନ ବଳାଉନାହାଁନ୍ତି ।

Leave A Reply

Your email address will not be published.