Latest Odisha News

BREAKING NEWS

ଦେଶରେ ଘନଉଛି କୋଇଲା ସଙ୍କଟ, ଆରମ୍ଭ ହେଲା କେନ୍ଦ୍ର ରାଜ୍ୟ ଦୋଷ ଲଦାଲଦି

ନୂଆଦିଲ୍ଲୀ : ଦେଶରେ କୋଇଲା ସଙ୍କଟକୁ ନେଇ ବଢ଼ିଲା ରାଜନୀତି । କୋଇଲା ଅଭାବ ଯୋଗୁ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ପାଓ୍ବାର ପ୍ଲାଣ୍ଟରେ ଅଚଳାବସ୍ଥା ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ର ସଂସ୍ଥା ଗୁଡିକ ଯଦି ନିଜସ୍ବ କ୍ଷମତା ଠାରୁ ଅଧିକ ଉତ୍ପାଦନ ନକରନ୍ତି, ତେବେ ଅଧା ଭାରତ ଅନ୍ଧାର ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ଦେଶରେ ଜାତୀୟ ବିପତ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ଦେଉଥିବା ବେଳେ, ରାଜ୍ୟ ସରକାରଙ୍କ ଯୋଗୁ ପରିସ୍ଥିତି ବିଗିଡ଼ିଛି ବୋଲି କହିଛି କେନ୍ଦ୍ର ।

ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ କୋଇଲା ଦଳ ବୃଦ୍ଧି ପାଇଥିବାରୁ ଆବଶ୍ୟକ କୋଇଲା ଉପଲବ୍ଧ ହୋଇପାରୁନାହିଁ । ଯାହା ଫଳରେ ବିଦ୍ୟୁତ୍ ଉତ୍ପାଦନରେ ବାଧା ସୃଷ୍ଟି ହେଉଛି ବୋଲି କହିଛନ୍ତି କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଅନ୍ୟପଟେ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ କୋଇଲା ବାବଦରେ ପ୍ରାୟ ୨୧ ହଜାର କୋଟି ଟଙ୍କା ବକେୟା ପଡ଼ିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ର ଉପରେ ୨୬ ଶହ କୋଟି, ତାମିଲନାଡୁ ଉପରେ ୧୧ ଶହ କୋଟି, ପଶ୍ଚିମବଙ୍ଗ ଉପରେ ୨ହଜାର କୋଟି, ଦିଲ୍ଲୀ ଉପରେ ୨୭୮ କୋଟି, ପଞ୍ଜାବ ଉପରେ ୧୨ କୋଟି, ମଧ୍ୟପ୍ରଦେଶ ଉପରେ ହଜାରେ କୋଟି ଓ କର୍ଣ୍ଣାଟକ ଉପରେ ୨୩ କୋଟିର ବକେୟା ରହିଛି ବୋଲି କହିଛି କୋଇଲା ମନ୍ତ୍ରଣାଳୟ । ହେଲେ କୋଇଲା ସଙ୍କଟ ଭିତରେ ଦିଲ୍ଲୀରେ ବିଜୁଳି ଅଭାବ ହେବ ନାହିଁ ବୋଲି କହିଛି କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ।

Leave A Reply

Your email address will not be published.