Latest Odisha News

BREAKING NEWS

ମନୀଷ ଅନୁରାଗ ହତ୍ୟା ମାମଲା : ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ

ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲାରେ ରିମାଣ୍ଡରେ ଯିବେ ହତ୍ୟା ଅଭିଯୁକ୍ତ । ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ । ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ । ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇନଫୋସିଟି ଥାନା ପୋଲିସ । ହେଲେ କୋର୍ଟ ୪ ଦିନ ପାଇଁ ରିମାଣ୍ହରେ ନେବାକୁ ଅନୁମତି ଦେଇଛନ୍ତି । ଆସନ୍ତାକାଲି ଏହି ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ପୋଲିସ । ମାମଲାରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ ।

ମନୀଷ ମୃତ୍ୟୁ ମାମଲାରେ ୩ ସାଙ୍ଗଙ୍କୁ ଗିରଫ କରାଯାଇଛି । ବାରରେ ବିଲ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ହୋଇଥିଲା ବିବାଦ । ପରେ ଠେଲା ପେଲା ଓ ଆକ୍ରମଣ ଯୋଗୁ ମନୀଷଙ୍କ ମୃତ୍ୟୁ ହୋଇଥିଲା । ପରେ ପ୍ରମାଣ ନଷ୍ଟ କରିବାକୁ ସାଙ୍ଗ ରଚିଥିଲେ ଷଡଯନ୍ତ୍ର । ପୋଖରୀରେ ମୃତଦେହ ଫିଙ୍ଗି ଦେଇ ହୋଟେଲ ସ୍ବାଗତ ପ୍ୟାଲେସରେ ୧୨ ଘଣ୍ଟା କାଟିଥିଲେ ସୈତାନ ସାଙ୍ଗ । ଅଭିଯୁକ୍ତଙ୍କ ବିରୋଧରେ ୩୬୪ (କ) ଅପହରଣ କରି ଟଙ୍କା ମାଗିବା, ୩୦୨ ହତ୍ୟା ଓ ୨୦୧ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.