Latest Odisha News

BREAKING NEWS

ଜାମିନ୍ ଶୁଣାଣି ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ: ସିବିଆଇ ପରେ ମନୀଷ ସିସୋଦିଆଙ୍କୁ ଇଡି ଗିରଫ ଦର୍ଶାଇଛି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଜେରା ପରେ ଗିରଫ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଦିନ ୧୦ଟାରୁ ତିହାର ଜେଲରେ ସିସୋଦିଆଙ୍କୁ ଦିନ ୧୦ଟାରୁ ଇଡି ଜେରା ଆରମ୍ଭ କରିଥିଲା ।

ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆଙ୍କୁ ଇଡି ଗିରଫ ଦର୍ଶାଇଛି । ଦିଲ୍ଲୀର ବିବାଦୀୟ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ସୁଦ୍ଧା ଇଡି ୧୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ବୟାନ ଆଧାରରେ ଇଡି ସିସୋଦିଆଙ୍କୁ ଜେରା କରିଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେରା ବେଳେ ସିସୋଦିଆଙ୍କୁ କେସିଆରଙ୍କ ଝିଅ କବିତାଙ୍କ ଭୂମିକା ଓ ୧୦୦ କୋଟି ଦେଣନେଣ ନେଇ ଇଡି ପ୍ରଶ୍ନ କରିଥିଲା । ଯାହାର ସନ୍ତୋଷଜନକ ଉତ୍ତର ସିସୋଦିଆ ଦେଇ ନ ପାରିବାରୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଇଡି ଅନୁସାରେ, ମଦ ନୀତି ପଲିସି ପ୍ରଣୟନ ବେଳେ ସିସୋଦିଆ ପ୍ରାୟ ୭ଟି ମୋବାଇଲ୍ ଫୋନ୍ ଓ ସିମ୍ କାର୍ଡ ବ୍ୟବହାର କରି ନଷ୍ଟ କରି ଦେଇଥିଲେ । ଆଉ ଯାହା ଉପରେ ପ୍ରଶ୍ନ ବେଳେ ସିସୋଦିଆ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଯାହାକି ପୂର୍ବରୁ ଇଡି ଚାର୍ଜସିଟରେ ଉଲ୍ଲେଖ କରିଥିଲା ।

ଆସନ୍ତାକାଲି ଇଡି ସିସୋଦିଆଙ୍କୁ କୋର୍ଟରେ ହାଜର କରିବା ପରେ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି । ସିସୋଦିଆଙ୍କୁ ଇଡି ଗିରଫ ଦର୍ଶାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କେଜ୍ରିୱାଲ୍ କହିଛନ୍ତି, ସିବିଆଇ କିଛି ପ୍ରମାଣ ନ ପାଇ ଗିରଫ କଲା । ଆଜି ଇଡି ଗିରଫ କରିଛି । ଯୋଜନାବଦ୍ଧ ଭାବେ ନୂଆ ନୂଆ ମିଛ ମାମଲା ହେଉଥିବା କହିଛନ୍ତି କେଜ୍ରିୱାଲ୍ ।

Leave A Reply

Your email address will not be published.