Latest Odisha News

BREAKING NEWS

ଚଳିତ ବର୍ଷ ପାଇଁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପାଇବେ ମଞ୍ଜୁ ମହାନ୍ତି, ପ୍ରଭାକର ସ୍ୱାଇଁ ଓ ଅଶୋକ ପଣ୍ଡା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଚଳିତବର୍ଷ ସମାଜସେବା ପାଇଁ ମଞ୍ଜୁ ମହାନ୍ତି, ଭାଷା ସାହିତ୍ୟ ପାଇଁ ପ୍ରଭାକର ସ୍ୱାଇଁ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଅଶୋକ ପଣ୍ଡାଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ ।

ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ ସ୍ବର୍ଗତଃ ପଟ୍ଟନାୟକଙ୍କ ୭ମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜାନକୀ ବଲ୍ଲଭ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି ।

 

Leave A Reply

Your email address will not be published.