Latest Odisha News

BREAKING NEWS

ସାମ୍ବାଦିକଙ୍କ ଉପରେ ପୋଲିସ ଜୁଲମକୁ ନିନ୍ଦା: ପୋଲିସ୍ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାର ସସପେଣ୍ଡ

ବାଲେଶ୍ୱର : ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ସସପେଣ୍ଡ ହେଲେ ହାବିଲଦାର । ପୋଲିସ୍ କଷ୍ଟଡି ଦାୟିତ୍ୱରେ ହାବିଲଦାରଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି ସୁନୀଲ ବଂଶଲ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆଇଆଇସି ଦୌପଦୀ ଦାସ । ହେଲେ ହାବିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ,କାହିଁକି ଆଇଆଇସିଙ୍କୁ ଉତ୍ତରଦାୟୀ କରାଯାଇ ନାହିଁ ସେ ନେଇ ପ୍ରଶ୍ନ ଉଠିଛି ।। ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଥିବା ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ସନ୍ଦେହ ଉପୁଜିଛି ।

ସାମ୍ବାଦିକଙ୍କ ଉପରେ ପୋଲିସ ଜୁଲମ୍ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ନୀଳଗିରି ପୋଲିସର ଏଭଳି ଅମାନୁସିକ କାର୍ଯ୍ୟକୁ ନେତା, ସାମ୍ବାଦିକ ଓ ସାମାଜିକ କର୍ମୀ ନିନ୍ଦା କରିଛନ୍ତି ।

ନୀଳଗିରିରେ ସବୁ ସୀମା ଟପିଯାଇଥିଲା ପୋଲିସ । ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ସହ ପେଶାଦାର ଅପରାଧୀ ଭଳି ବ୍ୟବହାର କରାଯାଇଥିଲା । ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରିଥିବା ନୀଳଗିରି ପୋଲିସ୍ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଗୋଡ଼ରେ ବେଡ଼ି ପକାଇ ରଖିଥିଲା ।ଯାହାର ଫଟୋ ସାମ୍ନାକୁ ଆସିବା ପରେ ଚାରିଆଡ଼ୁ ଉଦବେଗ ପ୍ରକାଶ ପାଇଛି ।

Leave A Reply

Your email address will not be published.