Latest Odisha News

BREAKING NEWS

ବିଜେପୁରରେ ବିଜେଡ଼ି ସହିତ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବନାହିଁ: ବିଜେପି

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ ଆସନ୍ତା ଅକ୍ଟୋବର ୨୧ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାନେଇ ଘୋଷଣା କରିବା ପରେ ଏବେ ବିଜେପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ତେବେ ରବିବାର ଦିନ ବିଜେପି ସୂଚନାଦେଇ କହିଛି ଯେ, ଶାସକ ବିଜେଡ଼ି ସହିତ ବିଜେପୁରରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବନାହିଁ ।

BjdElectrycity

“ବିଜେପୁରରେ ବିଜେଡ଼ି ପ୍ରାର୍ଥୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବନାହିଁ, ବରଂ ବିଜେପି ସଦାସର୍ବଦା ବିଜୟ ହାସଲ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥାଏ,” ବୋଲି ଗଣମାଧ୍ୟମକୁ କହିଛନ୍ତି ବିଜେପି ରାଜ୍ୟ ଶାଖା ସଭାପତି ବସନ୍ତ କୁମାର ପଣ୍ଡା ।

ବିଜେପୁର ନିର୍ବାଚନ ମଣ୍ଡଳୀ ଲାଗି ବିଜେପି ପ୍ରାର୍ଥୀ କିଏ ହେବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ଖୁବଶିଘ୍ର ୩ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟକୁ ପଠାଯିବ ଏବଂ ସେଠାରେ ଚୂଡ଼ାନ୍ତ ପ୍ରାର୍ଥୀ ମନୋନୟନ ହେବ ।

ସେହିପରି ଶାସକ ବିଜୁ ଜନତା ଦଳ (ବିଜେଡ଼ି) ମଧ୍ୟ ବିଜେପୁର ଲାଗି ଦୁଇ ତିନିଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି ବୋଲି ସୂଚନା ହସ୍ତଗତ ହୋଇଛି ।

ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମାଙ୍କ କହିବାନୁଯାୟୀ, ଆସନ୍ତାକାଲି ଷ୍ଟିୟରିଂ କମିଟି ମିଟିଂ ଦଳପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଯେଉଁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଲଢିବାକୁ ଚାହିଁବେ ସେମାନେ ସେମାନଙ୍କର ମତ ପ୍ରକାଶ କରିପାରିବେ, ଏହାର ଏକ ଚୂଡ଼ାନ୍ତ ତାଲିକା ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଦିଆଯିବ ଏବଂ ସେ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା କରିବେ ।

Leave A Reply

Your email address will not be published.