Latest Odisha News

BREAKING NEWS

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଏଥି ସହ ତାଙ୍କର ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, ‘ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ପରଲୋକରେ ମୁଁ ଦୁଃଖିତ । ବସ୍ତିର ଶିଶୁମାନଙ୍କୁ ଶିକ୍ଷାଦାନ କରି ସେମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ତାଙ୍କ ଉର୍ତ୍ସଗ ପାଇଁ ସେ ସବୁ ବେଳେ ମନେ ରହିବେ । ତାଙ୍କ ପରିବାର ସଦସ୍ୟଙ୍କୁ ମୁଁ ସମବେଦନା ଜଣାଉଛି ।’

ଅସୁସ୍ଥତା କାରଣରୁ ଶ୍ରୀ ରାଓ ଗତ ୨୫ ତାରିଖରୁ ଏସସିବିରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ କରୋନା ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଥିଲେ । ତେବେ ଆଜି ତାଙ୍କର ବ୍ରେନ ଷ୍ଟ୍ରୋକ କାରଣରୁ ଅପରାହ୍ନ ୪ଟା ୧୫ ମିନିଟରେ ଦେହାନ୍ତ ହୋଇଥିଲା । କଟକ ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉ ଆସୁଥିଲେ ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ଏଥିପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।ମୋଦି ତାଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ଥରେ ପ୍ରକାଶ ରାଓଙ୍କ ସମ୍ପର୍କରେ କହିଥିଲେ ।

Leave A Reply

Your email address will not be published.