Latest Odisha News

BREAKING NEWS

Mantra Muugdha: ଦର୍ଶକଙ୍କ ମଧ୍ୟରେ’ମନ୍ତ୍ର ମୁଗ୍ଧ’ର କ୍ରେଜ ; ୫ଦିନରେ ୧.୦୭ କୋଟି ପାର୍…

ଭୁବନେଶ୍ବର: କମେଡି ଓ ହରର ଫିଲ୍ମ ‘ମନ୍ତ୍ର ମୁଗ୍ଧ’ ରିଲିଜର ପ୍ରଥମ ଦିନ ଠାରୁ ଶୋ’ ହାଉସଫୁଲ ରହିଥିବା ବେଳେ ରିଲିଜର ୫ମ ଦିନ ମଧ୍ୟରେ ଏହା ୧ କୋଟିରୁ ଅଧିକ ଆୟ କରିଛି । ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର କଲେକ୍ନସ ବିଷୟରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ସେ ସେୟାର କରିଥିବା ପୋଷ୍ଟରରେ ଫିଲ୍ମର ଆୟ ୫ମ ଦିନରେ ୧.୦୭ କୋଟି କରିଥିବା କୁହାଯାଇଛି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ”ମନ୍ତ୍ର କାମ କଲା । ‘ମନ୍ତ୍ର ମୁଗ୍ଧ’ ବକ୍ସ ଅଫିସରେ ନିଜର ଯାଦୁ ଦେଖାଇଛି, ମାତ୍ର ୫ ଦିନରେ ୧ କୋଟି ଅତିକ୍ରମ କରିଛି ।”

 


ସୂଚନାଥାଉକି, ‘ବୋଉ ବୁଟୁ ଭୂତ’ ଏକ ସପ୍ତାହରେ ମୋଟ ୭.୧୫ କୋଟି ଆୟ କରି ପ୍ରଥମ ସର୍ବାଧିକ ଆୟ କରିଥିବା ଓଡ଼ିଆ ଫିଲ୍ମ ହୋଇଥିଲା । ସେହିପରି ‘ଚାରିଧାମ’ ପ୍ରଥମ ସପ୍ତାହରେ ୬.୩୮ କୋଟି ଆୟ କରିଥିଲା । ଚାରିଧାମ ପରେ ତୃତୀୟ ସର୍ବାଧିକ ଆୟ କରିଥିବା ଓଲିଉଡ ଫିଲ୍ମ ହୋଇଛି ‘ମନ୍ତ୍ର ମୁଗ୍ଧ’ ।

‘ମନ୍ତ୍ର ମୁଗ୍ଧ’ ଫିଲ୍ମକୁ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଠିଆ । ୫ଟି ଗୀତକୁ ୫ ଜଣ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର ସଂଯୋଜନା କରିଛନ୍ତି । ଏଥିସହ ପପୁ ପମ୍ ପମଙ୍କ ଗୀତ ମଧ୍ୟ ଏଥିରେ ରହିଛି ।

ଏହି ଫିଲ୍ମରେ ଅଭିନେତ୍ରୀ ସୂର୍ଯ୍ୟମୟୀ, ସନୋଜ, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ଵିପାନ୍ଵିତ ଦାସ ମହାପାତ୍ର, ଭୂମିକାଙ୍କ ସମେତ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଠିଆ, ସୋମା ହୋତା ଓ ଭକ୍ତି ଦାସ, ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ଅଭିନୟ କରିଛନ୍ତି ।

Leave A Reply

Your email address will not be published.