Latest Odisha News

BREAKING NEWS

କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟାଙ୍କ ଠକେଇ: ଲିଭ୍-ଇନ୍ ଦମ୍ପତିଙ୍କୁ ବାନ୍ଧିଲା ଭିଜିଲାନ୍ସ, ବ୍ରାଞ୍ଚ୍ ମ୍ୟାନେଜର ସହ ମିଶି ରଚିଥିଲେ ଷଡ଼ଯନ୍ତ୍ର

ଭୁବନେଶ୍ୱର: ମାଲକାନଗିରି କେସିସି ବ୍ୟାଙ୍କରେ ପ୍ରାୟ ୧ କୋଟି ଟଙ୍କାର ଠକେଇ ମାମଲା। ଭିଜିଲାନ୍ସ ଜାଲରେ ବ୍ୟାଙ୍କର ଶାଖା ପରିଚାଳକ ସୁଧାଂଶୁ ଖରାଙ୍କ ଦୁଇ ସହଯୋଗୀ। ୧.୦୮ କୋଟି ଟଙ୍କା ହଡ଼ପ ଘଟଣାରେ ଓଡ଼ିଶା ଭିଜିଲାନ୍ସ ଏକ ଲିଭ୍-ଇନ୍ ଦମ୍ପତିଙ୍କୁ ଗିରଫ କରିଛି। ସୁଶ୍ରୀ ନିବେଦିତା ତରାଇ ଏବଂ ତାଙ୍କ ଲିଭ୍-ଇନ୍ ପାର୍ଟନର୍ ନୃସିଂହ ପ୍ରସାଦ ଖମାରୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସୁଧାଂଶୁଙ୍କୁ ମେ ୫ରେ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି।

ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ସୁଧାଂଶୁ ଗିରଫ ଭୟରେ ସୁଶ୍ରୀ ନିବେଦିତା ଏବଂ ନୃସିଂହ ଖମାରୀଙ୍କୁ ପ୍ରାୟ ୬୩ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିବା ତଦନ୍ତରୁ ଜଣାପଡ଼ିଛି। ଆତ୍ମସାତ ହୋଇଥିବା ଟଙ୍କା ଲୁଚାଇବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ରଚାଯାଇଥିଲା। ସୂଚନାନୁଯାୟୀ, ସୁଧାଂଶୁ ଖରା ଫେସବୁକ୍ ମାଧ୍ୟମରେ ସୁଶ୍ରୀ ନିବେଦିତା ତରାଇଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ମିଳିତ ଭାବେ ବ୍ୟାଙ୍କ ଟଙ୍କା ହଡ଼ପ କରିବା ପାଇଁ ଯୋଜନା କରିଥିଲେ। ଏଥିରେ ନିବେଦିତା ତରାଇଙ୍କ ଲିଭ-ଇନ୍ ପାର୍ଟନର ନୃସିଂହ ଖମାରୀ ସହଯୋଗ କରିଥିଲେ।

ଅଧିକାରୀଙ୍କ ଅନୁଯାୟୀ, ଏହି ପେଶାଦାର ଠକ ଯୋଡ଼ି ବୃତ୍ତିଗତ ଭାବେ ରାକେଟ୍ ଚଳାଇଥିଲେ। ଏମାନେ ଅନେକ ଲୋକଙ୍କୁ ଏମିତି ଠକିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ବେଙ୍ଗାଲୁରୁ ପୋଲିସ କମିଶନରେଟରେ ନୃସିଂହ ଖମାରୀ ନାଁରେ ୧୪ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। ଏହା ସହ ଜଗତସିଂହପୁରରେ ସେମାନେ ୩୦ ଲକ୍ଷ ଟଙ୍କାର ଆଉ ଏକ ଠକେଇରେ ଜଡ଼ିତ ଥିବା ଜଣାପଡ଼ିଛି। ସେହିପରି ବାରିପଦା, ପାରାଦୀପ, ଭୁବନେଶ୍ଵରରେ ଏମାନଙ୍କ ରାକେଟ୍ ଚାଲିଥିବା ସନ୍ଦେହ କରାଯାଉଛି। ଏହି ଦୁଇ ଠକ ଯୋଡ଼ିଙ୍କର ୨୫ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରି ଭିଜିଲାନ୍ସ ଟିମ୍ ଛାନଭିନ୍ ଚଳାଇଛି। ସୁଧାଂଶୁ ଏବଂ ସୁଶ୍ରୀ ଏହି ଠକେଇ ସିଣ୍ଡିକେଟ୍ ଚଳାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.