Latest Odisha News

BREAKING NEWS

ବାଲିଯାତ୍ରାରେ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

କଟକ: ଲୋକଙ୍କ ମନମୋହୁଛି କଟକର ବାଲିଯାତ୍ରା । ଦୁଇ ବର୍ଷର କରୋନା କଟକଣା ପରେ ଏଥର ଝଲସୁଛି ବାଲିଯାତ୍ରା ପଡ଼ିଆ । ଭଳିକି ଭଳି ଖାଦ୍ୟ ସାଙ୍ଗକୁ ଅନେକ ପ୍ରକାରର ଦୋଳି ଲୋକଙ୍କୁ କରୁଛି ଆକୃଷ୍ଟ । ସନ୍ଧ୍ୟା ହେଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ ।  ବିଶେଷ କରି  ଝିଲମିଲ ଆଲୁଅରେ ବଲିଉଡ ଓ ଓଲିଉଡ କଳାକାରଙ୍କ ସୋ’  ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବାଲି ଯାତ୍ରାର ଠୁଙ୍କାପୁରି, ଚିକେନ୍‌ ପତ୍ରପୋଡ଼ା ଓ ବିଟେକ ବିରିୟାନି, ରାବିଡ଼ି ଲସି ଓ ଭଳିକି ଭଳି ଆଇସକ୍ରିମ୍‌ ଷ୍ଟଲରେ ଲାଗୁଛି ଲୋକଙ୍କ ଗହଳି ।

ବାଲିଯାତ୍ରାର ନବମ ଦିନରେ କମ୍ପିଲା ବୈଷ୍ଣବ ପାଣି ମଞ୍ଚ । ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ଗୀତ ରେ ଝୁମିଲେ ସମସ୍ତ ଦର୍ଶକ । ମଞ୍ଚ ଉପରେ ଓ ତଳେ ସବୁ ଆଡେ ମତୁଆଲା ହୋଇଥିଲେ ଫ୍ୟାନ୍ସ ଓ ଦେଖେଣାହାରି। କାରଣ ମଣ୍ଟୁ ଛୁରିଆଙ୍କ ଗୋଟିଏ ପରେ ଗୋଟିଏ ଗୀତ ସମସ୍ତଙ୍କୁ କରିଥିଲା ପାଗଳ । ବିଶେଷକରି ନାଗିନ ଡ୍ୟାନ୍ସ ,ଭଲ ପାଏମି ,ରସିଆ ଟୋକା ,ରାନୀ ଗୋରୀ , ସମ୍ବଲପୁରୀଆ ବାବୁ , ରିମଝିମ ପାନୀ , ଦେଶୀ ପିଲା , ସେଲଫି ବେବୋ ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ ।

ତେବେ ଏହି କାର୍ଯ୍ୟକ୍ରମ ସବୁ ଦର୍ଶକ ମାନଙ୍କୁ ଆନନ୍ଦିତ କରିଛି । ଅନ୍ୟପଟେ ବାଲିଯାତ୍ରାରେ ଗୀତ ଗାଇବାର ସ୍ୱପ୍ନ ଆଜି ସାକାର ହୋଇଛି ବୋଲି କହିଛନ୍ତି ମଣ୍ଟୁ । କାରଣ କଟକ ବାଲିଯାତ୍ରା ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା । ତେବେ ଆଗମୀ ଦିନରେ ଏପରି ସୁଯୋଗ ମିଳିଲେ ନିଶ୍ଚୟ ନୂଆ ନୂଆ ଗୀତ ଗାଇ ଦର୍ଶକଙ୍କ ମନ ଜିତି ପାରିବି ବୋଲି ସେ କହିଛନ୍ତି।

Leave A Reply

Your email address will not be published.