Latest Odisha News

BREAKING NEWS

Trains Cancelled: ୧୩ରୁ ୨୨ ଯାଏ ଏହି ଏକ୍ସପ୍ରେସ୍‌ ଓ ପ୍ୟାସେଞ୍ଜର ଟ୍ରେନ ହେଲା ବାତିଲ

ଜୟପୁର:ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ହୋଇଥିଲା । ତେବେ ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା ଡିଭିଜନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଅକ୍ଟୋବର ୧୩ରୁ ୨୨ ଯାଏ ଅନେକ ଏକ୍ସପ୍ରେସ୍‌ ଓ ପ୍ୟାସେଞ୍ଜର ବାତିଲ କରାଯାଇ ଚଳାଚଳ ପଥ ମଧ୍ୟ ସଂକ୍ଷିପ୍ତ କରାଯାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉଲ୍ଲେଖ କରାଯାଇଥିବା ଟ୍ରେନ୍‌ଗୁଡ଼ିକ ପାଇଁ କୋରାପୁଟ-ଜଗଦଲପୁର ସେକ୍ସନ୍‌ରେ ଉଭୟ ଦିଗର ସେବା ପ୍ରଭାବିତ ହେବ ବୋଲି ରେଳଓ୍ବେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି

ସୂଚନାଥାଉକି, ଏହି ସମୟ ମଧ୍ୟରେ ୪ ଏକ୍ସପ୍ରେସ ବାତିଲ ହୋଇଛି । ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ(୧୮୫୧୫) ଓ କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ(୧୮୫୧୬) ଅକ୍ଟୋବର ୧୩ରୁ ୨୦ ଯାଏ ବାତିଲ ରହିବ। ରାଉରକେଲା-ଜଗଦଲପୁର ଏକ୍ସପ୍ରେସ(୧୮୧୦୭) ଅକ୍ଟୋବର ୧୩ରୁ ୨୦ ଯାଏ ଓ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ(୧୮୧୦୮) ଅକ୍ଟୋବର ୧୪ରୁ ୨୧ ଯାଏ ବାତିଲ ରହିବ।

ହାୱଡା-ଜଗଦଲପୁର ଏକ୍ସପ୍ରେସ(୧୮୦୦୫), ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ(୧୮୪୪୭) ଓ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର(୫୮୫୦୧) ଅକ୍ଟୋବର ୧୩ରୁ ୨୦ ତାରିଖ ଯାଏ କୋରାପୁଟ ଷ୍ଟେସନରେ ଯାତ୍ରା ଶେଷ କରିବେ। ସର୍ଟ-ଟର୍ମିନେଟ ହେବେ।

ସେହିପରି ଫେରନ୍ତା ଯାତ୍ରା କ୍ଷେତ୍ରରେ ଟ୍ରେନ ନଂ ଜଗଦଲପୁର-ହାୱଡା ଏକ୍ସପ୍ରେସ(୧୮୦୦୬) ଅକ୍ଟୋବର ୧୫ରୁ ୨୨ ତାରିଖ ଯାଏ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ।

ଜଗଦଲପୁର-ଭୁବନେଶ୍ୱର ଏକ୍ସପ୍ରେସ(୧୮୪୪୮) ଅକ୍ଟୋବର ୧୪ରୁ ୨୧ ତାରିଖ ଯାଏ ଓ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୫୮୫୦୨) ଅକ୍ଟୋବର ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ କୋରାପୁଟରୁ ଯାତ୍ରା ଆରମ୍ଭ କରିବ।

Leave A Reply

Your email address will not be published.