Latest Odisha News

BREAKING NEWS

ଗଞ୍ଜେଇ ଚାଷକୁ ମାନ୍ୟତା ଦାବି କରି କନ୍ଧମାଳରେ ପୁଣି ଲାଗିଲା ମାଓ ପୋଷ୍ଟର

କନ୍ଧମାଳ: ଫିରିଙ୍ଗିଆ-ଗୋଚ୍ଛାପଡା ରାସ୍ତାର ବିଭିନ୍ନ ସ୍ଥାନରେ ପଡିଛି ଶହ ଶହ ମାଓ ପୋଷ୍ଟର । ଆଜି ସକାଳୁ ମାଓ ପୋଷ୍ଟର ପଡିଥିବା ଦେଖିବାକୁ ମିଳିଛି । ମାଓ ସଙ୍ଗଠନ କେକେବିଏନ ଡିଭିଜନର ସଚିବ ବିଜୟଙ୍କ ତରଫରୁ ଜାରି ଏହି ପ୍ରେସ ବିଜ୍ଞପ୍ତିରେ ଗତ ଦିନରେ ଫିରିଙ୍ଗିଆ ଥାନାପୋଡି ଘଟଣାରେ ପୋଲିସ ଲୋକଙ୍କୁ ମାଡ ମାରିବା ଓ ୩୦୦ ଲୋକଙ୍କ ନାମରେ ମାମଲା ରୁଜୁ କରିବା ଘଟଣାକୁ ବିରୋଧ କରାଯାଇଛି ।

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛାପଡା ରାସ୍ତାର ବିଭିନ୍ନ ସ୍ଥାନରେ ଆଜି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଉକ୍ତ ରାସ୍ତାର ଘାଟି ସାହି, ମାଝୀ ପଡା, ଦରଘା ବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବିଏନ ଡିଭିଜନର ସଚିବ ବିଜୟ ଲେଖାଯାଇଛି । ଫିରିଙ୍ଗିଆ ଥାନାପୋଡି ଘଟଣାକୁ ମାଓ ସଙ୍ଗଠନ ସମର୍ଥନ କରିବା ସହ ପୋଲିସ ଓ ସରକାରଙ୍କ ଦମନ ମୂଳକ ଘଟଣାକୁ ନିନ୍ଦା କରିଛି ସଙ୍ଗଠନ । ଏହା ଛଡା ଗଞ୍ଜେଇ ଚାଷ ଏଠାକାର ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରୁଥିବାରୁ ଗାଞ୍ଜେଇ ଚାଷକୁ ଔଷଧ ତାଲିକା ଭୁକ୍ତ କରି ମାନ୍ୟତା ପ୍ରଦାନ କରିବା ନଚେତ ବିକଳ୍ପ ଚାଷ ବ୍ୟବସ୍ଥା କରାଯାଉ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.