Latest Odisha News

BREAKING NEWS

ଗୋରୁପଲଙ୍କ ଉପରେ ଚଢିଗଲା ଟ୍ରକ; ୧୧ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁ ନିକଟରେ ଗୋରୁପଲଙ୍କ ଉପରେ ଚଢି ଯାଇଛି ଏକ ଟ୍ରକ । ଫଳରେ ୧୧ ଗୋରୁଙ୍କର ମୃତ୍ୟୁ ଘଟିଛି । ୨   ଗୁରୁତର ହୋଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଦୁର୍ଘଟଣା ।  ଗାଈ ପଲ ରାସ୍ତା   ୫୩ ନମ୍ବର ଜାତୀୟ ରାଜପଥ ଉପରେ ଶୋଇଥିବାବେଳେ  ଟ୍ରକଟି ଦ୍ରୁତ ଗତିରେ ଆସି ଚଢି ଯାଇଥିଲା । ଟ୍ରକର ଗତି ଏତେ ଅଧିକ ଥିଲା ଯେ,  ଗାଈ ପଲଙ୍କୁ ଧକ୍କା ଦେଇ ପରେ ଏକ ଚା’ ଦୋକାନ ଉପରେ ମାଡିଯାଇଥିଲା । ତେବେ ଚା’ ଦୋକାନୀଙ୍କର କିଛି କ୍ଷତି ହୋଇ ନ ଥିବା ଜଣାଯାଇଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଦୁର୍ଘଟଣା ଘଟାଇ ଡ୍ରାଇଭର  ଫେରାର ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ,  ଟ୍ରକ୍‌ଟି ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଯାଉଥିଲା।  ଏହାକୁ ନେଇ ଘଣଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

Leave A Reply

Your email address will not be published.