Latest Odisha News

BREAKING NEWS

ଦିନ ୧୧ଟା ସୁଦ୍ଧା ବି ବ୍ଲକ କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ

କଟକ: କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ କାର୍ଯ୍ୟାଳୟର ଅଧିକାରୀ ପୂର୍ବାହ୍ନ ୧୧ଟା ସୁଦ୍ଧା ବି ପହଞ୍ଚୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ମୋ ସରକାର  ଯୋଜନା ଚଲାଇଛନ୍ତି । ହେଲେ ଦିନ ୧୧ଟାରେ ବି  ବ୍ଲକ କାର୍ଯ୍ୟାଳୟରେ ପହଞ୍ଚୁନାହାଁନ୍ତି ବିଡ଼ିଓ, ଏବିଡ଼ିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଯୋଗାଣ ନିରୀକ୍ଷକ କିମ୍ୱା GPEO । ବିଭାଗୀୟ ଅଧିକାରୀଙ୍କ ଚେୟାର ଖାଲି  । ଲୋକେ ଅପେକ୍ଷା କରି କରି ନୟାନ୍ତ ।

ମୁଖ୍ୟ କିରାଣୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କୌଣସି ଉତ୍ତର ରଖିନଥିଲେ । ଜନ ସେବା ଅଧିକାର ଆଇନ୍ ୨୦୧୨ ମୁତାବକ ଅଧିକାରୀମାନେ ନିଜର ଗସ୍ତ ସୂଚି କାର୍ଯ୍ୟାଳୟରେ ଥିବା ଗସ୍ତ ସାରଣୀରେ ଦର୍ଶାଇବା କଥା । କିନ୍ତୁ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ତାହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗସ୍ତ ସାରଣୀ ତାଲିକା ସମ୍ପୂର୍ଣ୍ଣ ଖାଲି ।

Leave A Reply

Your email address will not be published.