Latest Odisha News

ମାତିଲେ ମାଓବାଦୀ, ମାଓ ଇନ୍‌ଫର୍ମର ସନ୍ଦେହରେ ଯବକଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଜାଙ୍ଗଲା ଗାଁର ବିଜୟ ପସରା । ଗତକାଲି ହତ୍ୟା କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ ରାତିରେ ବିଜୟକୁ ଘରୁ ଅପହରଣ କରିନେଇଥିଲେ ମାଓବାଦୀ । ଘଟଣାର ୪ ଦିନ ପରେ ଅର୍ଥାତ ସୋମବାର ଦିନ ଆଦୱାଡା ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି । ମାଓବାଦୀଙ୍କ ଭୟରେ ପରିବାର ଲୋକେ ଥାନାରେ ଏତଲା ଦେଇନଥିବା ଜଣାପଡିଛି ।

Leave A Reply

Your email address will not be published.