Latest Odisha News

BREAKING NEWS

ସୀମାନ୍ତରେ ଲାଲ୍ ହିଂସା, ଘରୁ ଡାକି ନେଇ ଗଳା କାଟି ଦେଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛି ଲାଲ୍ ବାହିନୀ । ମୃତକ ଫରେଷ୍ଟଗାଓ ଥାନା ଖଡ଼କାଗାଓର ରାମଲାଲ ପୋଡାଇ । ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ଖଡକାଗାଓ ଗାଁକୁ ଆସି ରାମଲାଲଙ୍କୁ ଡାକି ନେଇଥିଲେ ।

ଘରୁ ଡାକି ନେଇ ଗାଁ ମୁଣ୍ଡ ରାସ୍ତାରେ ମାଓବାଦୀ ମାନେ ଗଳା କାଟି ହତ୍ୟା କରିଛନ୍ତି । ହତ୍ୟା ପରେ ଘଟଣା ସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି, ପୋଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିବାରୁ ରାମଲାଲଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ।

ଏହା ସହ ଫରେଷ୍ଟଗାଓ ଥାନା ଅଧିକାରୀଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି ମାଓବାଦୀ । ଏହି ହିଂସା କାଣ୍ଡ ମାଓବାଦୀଙ୍କ ପୂର୍ବ ବସ୍ତର ଡିଭିଜନ କରିଥିବା ନେଇ ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.