Latest Odisha News

‘ସହିଦ ବାଜି ରାଉତ’ଙ୍କ ଉପରେ ପର୍ଯ୍ୟବେଶିତ ଓଡ଼ିଆ ଫିଲ୍ମକୁ ମିଳିଲା ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର: ପ୍ରଡ୍ୟୁସର୍ ସତ୍ୟବ୍ରତ ସାନୁ ରଥଙ୍କ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ବାଜି ଦ ଇମୋର୍ଟାଲ୍ ବୋଟ୍ ବୟ’ ନୋଇଡ଼ାଠାରେ ଅନୁଷ୍ଠିତ ମର୍ଯ୍ୟାଦାଜନକ ଷଷ୍ଠ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ୨୦୧୯ରେ ଏଡ଼ିଟିଂ କ୍ୟାଟେଗୋରୀରେ  ପୁରସ୍କୃତ ହୋଇଛି ।

ପୁରସ୍କାର ପ୍ରାପ୍ତ ଏହି ଚଳଚ୍ଚିତ୍ର ‘ବାଜି ଦ ଇର୍ମୋଟାଲ୍ ବୋଟ୍ ବୟ୍’ ଓଡିଶାର ଗୌରବମୟ ଗାଥାକୁ ପ୍ରତିଫଳିତ କରିବା ସହିତ ଓଡିଶାର ଅଦମ୍ୟ ଉତ୍ସାହକୁ ପୁନରୁଦ୍ରେକ କରିବାରେ ସଫଳତା ହାସଲ କରିଛି । ଏହି ଚଳଚ୍ଚିତ୍ରର ସମ୍ପାଦକ ଶ୍ରୀଯୁକ୍ତ କମଳାକାନ୍ତ ସାହୁ ଉକ୍ତ ଚଳଚ୍ଚିତ୍ର ମାଧ୍ୟମରେ ନିଜର ମାତୃଭୂମି ପ୍ରତି ଏକ ବାଳକର ସାହସିକ ମନୋଭାବକୁ ଚିତ୍ରଣ କରିଛନ୍ତି ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ଓଡିଶାର ସର୍ବ କନିଷ୍ଠ ଯୁବ ଶହୀଦ ବାଜି ରାଉତର ମରୋଣତର ବୀରତ୍ୱ ଗାଥାକୁ ପରିପ୍ରକାଶ କରିଛି । ଅନ୍ୟ ପକ୍ଷରେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚିନ୍ମୟ ଦାସ ଏବଂ ନିର୍ମାତା ଶ୍ରୀଯୁକ୍ତ ସତ୍ୟବ୍ରତ ସାନୁ ରଥ ଓଡିଶାର ଗୌରବମୟ ଗାଥାକୁ ବିଶ୍ୱ ଦରବାରରେ ପୁନରୁଥାନ କରିବା ନିମନ୍ତେ ଏକ ଅତ୍ୟୁତମ ପ୍ରୟାସ କରିବା ସହିତ ମାତୃଭୂମି ପ୍ରତି ନିଜ ନିଜର ପ୍ରେମ ଭାବନାକୁ ମଂଚରେ ଉପସ୍ଥାପନ କରିଛନ୍ତି ।

ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ପ୍ରିଲିଉଡ୍ ପ୍ରଡକସନ୍ସ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏହାର ପଟ୍ଟକଥାକୁ ଶ୍ରୀଯୁକ୍ତ ସୁମିତ ପଣ୍ଡା ରୂପରେଖ ପ୍ରଦାନ କରିଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ଏବଂ ପଟ୍ଟକଥାକୁ ଶ୍ରୀଯୁକ୍ତ ଚିନ୍ମୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ କରାଯାଇଥିବା ବେଳେ ସୌମ୍ୟ ମହାନ୍ତି ଫଟୋଚିତ୍ର ଉତୋଳନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ ସମ୍ପାଦାନ କରିଛନ୍ତି । ଅରିଜିତ୍ ମିଶ୍ର ଏହି ଚଳଚ୍ଚିତ୍ରରେ ବାଜି ରାଉତ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ପ୍ରଣବ ପ୍ରସନ୍ନ ରଥ, ପାର୍ଥ ସାରଥୀ ରାୟ, ଭାସ୍ୱତୀ ବାସୁ, ବିକାଶ ଚୌଧୁରୀ, ନିଶିକାନ୍ତ ନାୟକ, ଜଗନ୍ନାଥ ରଥ, ଦୀପାଞ୍ଜଳୀ ମହାନ୍ତି, ଭିକି ବିଜୟ ପ୍ରମୁଖ କଳାକାରମାନେ ସେମାନଙ୍କର ଭୂମିକାକୁ ଅକ୍ଷୁର୍ଣ୍ଣ ଭାବରେ ଦର୍ଶକଙ୍କ ଆଗରେ ପ୍ରତିପାଦନ କରିଛନ୍ତି ।

ଏହି ଚଳଚ୍ଚିତ୍ରର ସୁଟିଙ୍ଗ୍ ଓଡିଶାର ଭବାଦୃଶ୍ୟ ମନୋରମ ସ୍ଥାନଗୁଡିକରେ ସମ୍ପାଦିତ ହୋଇଛି । ଏହି ଚଳଚ୍ଚିତ୍ରଟି ସମଗ୍ର ଭାରତ ବର୍ଷର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେଉଛି ଏବଂ ଓଡିଶାର ସମସ୍ତ ବିଦ୍ୟାଳୟରେ ଏହି ପ୍ରେରଣାଦାୟୀ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଉଛି ।

ମିନି ବକ୍ସ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ବର୍ତମାନ ନୋଏଡା ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଭାବରେ ପରିବର୍ତିତ ହୋଇଛି । ମିନି ବକ୍ସ ଅଫିସ୍ ଦ୍ୱାରା ଲଘୁ ଚଳଚ୍ଚିତ୍ର ନିମନ୍ତେ ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ତିନି ଗୋଟି ସଫଳ ସଂସ୍କରଣ ପରେ ବର୍ତମାନ ଏଥିରେ ଫିଚର ଚଳଚ୍ଚିତ୍ରକୁ ଯୋଡା ଯାଇ ଏହାର ପରିଧିକୁ ପରିବ୍ୟପ୍ତ କରାଯାଇଛି ।

ନିଜସ୍ୱ ଚଳଚ୍ଚିତ୍ରର ଉନ୍ନତି ନିମନ୍ତେ ନୋଏଡା ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ୨୦୧୯ ଅନେକ ସଫଳତା ହାସଲ କରିବାକୁ ଆଶାୟୀ ପ୍ରାୟ । ଏତଦ୍ ବ୍ୟତୀତ ଏହା ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏହି ଆନ୍ଦୋଳନରେ ସ୍ୱାଗତ କରିବା ସହିତ ବିଭିନ୍ନ ଦେଶର ବିଚାରଧାରା ଓ ସଂସ୍କୃତିକୁ ସମୃଦ୍ଧ କରିବା ନିମନ୍ତେ ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ନିର୍ମାଣକୁ ଏକ ଉଚ୍ଚ ସ୍ତରକୁ ନେବାରେ ସକ୍ଷମ ହୋଇପାରିଛି ।

Leave A Reply

Your email address will not be published.