Latest Odisha News

BREAKING NEWS

Anti-Naxal operation:ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଜବତ;ଅତ୍ୟାଧୁନିକ SLR, ଏକାଧିକ ବନ୍ଧୁକ ସହ ଆଇଇଡି…

ମାଲକାନଗିରି: କୁମ୍ବିଂ ଅପରେସନ୍ ବେଳେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଘଟଣାସ୍ଥଳରୁ ବିଦେଶୀ ପିସ୍ତଲ, ଏସ୍‌ଏଲ୍‌ଆର୍, ରିଭଲଭର, ଆଇଇଡି ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ ଚାଲିଥିବା କୁମ୍ବିଂ ଅପରେସନ୍ ବେଳେ ଡିଭିଏଫ ଯବାନମାନେ ମାଓ ଡମ୍ପକୁ ଠାବ କରିଛନ୍ତି।

ଏହି ଡମ୍ପରୁ ଏକ ୟୁଏସ୍‌ ନିର୍ମିତ ପିସ୍ତଲ, ୨ଟି ଏସ୍‌ଏଲ୍‌ଆର୍, ୨ଟି ରିଭଲଭର, ୨ଟି ଆଇଇଡି, ୪ଟି ୟୁବିଜିଏଲ୍, ୱାକି-ଟକି ସମେତ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି ।

ତେବେ ମାଓବାଦୀମାନେ ଭବିଷ୍ୟତରେ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.