Latest Odisha News

BREAKING NEWS

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଲେ ଯୁବକ;୨୨ କେଜି ଜବତ

କନ୍ଧମାଳ:ଗଞ୍ଜେଇ ଚୋରା କାରବାରରେ ଜଣେ ଯୁବକ ଗିରଫ । ଦାରିଙ୍ଗବାଡ଼ି ପୋଲିସ ଜଣେ ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଶନିବାର ସନ୍ଧ୍ୟାରେ ୫୯ ନଂ ଜାତୀୟ ରାଜପଥର ଇକୋ ରିଟ୍ରିଟ୍‌ ସ୍ଥଳ ଛକରୁ ଗିରଫ କରିଛି। । ଗିରଫ ଯୁବକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳର ମନୋରଞ୍ଜନ ପ୍ରଧାନ (୩୦) ।

ଅଭିଯୁକ୍ତ ଠାରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି । ସେହିପରି ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହାର କରାଯାଉଥିବା ଗୋଟିଏ ବାଇକ୍‌ ଓ ମୋବାଇଲକୁ ମଧ୍ୟ ଜବତ କରାଯାଇଛି ।

ତେବେ କେଉଁଠୁ ଏହି ଗଞ୍ଜେଇ ଆସୁଥିଲା ସେନେଇ ପୋଲିସ ଅଧିକ ତଦନ୍ତ କରୁଛି ।

 

Comments are closed.