ଅନୁଗୁଳ/ସୁନ୍ଦରଗଡ: ଲକଡାଉନରେ ହେଲେ ହାତକୁ ଦି ହାତ । ମାସ୍କ ପିନ୍ଧି ବେଦିରେ ବସିଲେ ବର-କନ୍ୟା । କରୋନାକୁ କଲେନି ଖାତିର । ଲକଡାଉନ ଅଟକାଇ ପାରିଲାନି ବିବାହ । ନଥିଲା ବାଜ କି ବାଣ ରୋଷଣି । ସାଙ୍ଗ ସାଥି, ବନ୍ଧୁବାନ୍ଧବ ବି ଅଧିକ ନଥିଲେ । କେବଳ ଘର ଲୋକଙ୍କ ଗହଣରେ ପଡିଛି ହାତଗଣ୍ଠି । ରାଜନନ୍ଦିନୀଙ୍କ ହାତ ଧରିଛନ୍ତି ପ୍ରିୟବ୍ରତ । କନିଆ ମଥାରେ ସିନ୍ଦୂର ଦେଇଥିଲେ ବର, ବେକରେ ଫୁଲମାଳ ବି ପକାଇଥିଲେ । ହାତଗଣ୍ଠି ପଡିଲା, କଉଡି ଖେଳ ବି ହେଲା ।
ଆଉ ସବୁଠୁ ରୋଚକ ଥିଲା ବର-କନିଆ ମୁହଁରେ ମାସ୍କ । ବିବାହରେ ସାମିଲ ହୋଇଥିବା ପଣ୍ଡିତ ବି ମାସ୍କ ପିନ୍ଧିଥିଲେ । ପରିବାର ବର୍ଗ ଓ ବନ୍ଧୁ ବନ୍ଧବ ବି ଭୁଲି ନଥିଲେ ମାସ୍କ ପିନ୍ଧିବାକୁ । ହେଲେ ଏଇ ବାହାଘରରେ ଥିଲା କଟକଣା । ସାମାଜିକ ଦୂରତା ଭିତରେ ଶେଷ ହୋଇଥିଲା ବିବାହ ।
ରାଜ୍ୟରେ ଲକଡାଉନ ସ୍ଥିତି ଭିତରେ ତାଳଚେର ବ୍ଲକ ସଂଥପଡା ଗାଁରେ ହୋଇଛି ଏଭଳି ଏକ ନିଆରା ବିବାହ । ଆଗକୁ ଶୁଭ ଦିନ ନଥିବାରୁ ପ୍ରଶାସନର ଅନୁମତି ନେଇ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ଉଭୟ ନବ ଦମ୍ପତି କୋରନାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦଶ ହଜାର ଟଙ୍କା ଦାନ ମଧ୍ୟ କରିଛନ୍ତି ।
ସେହିପରି ସୁନ୍ଦରଗଡ ନୁଆଁଡିହି ଗାଁରେ ମଧ୍ୟ ସମାନ ଧରଣ ବିବାହ ହୋଇଥିବା ଦେଖିବାକୁ ମିଳିଛି । କରୋନାର କଟକଣା ଭିତରେ ଅମ୍ରିତଙ୍କ ହାତ ଧରିଛନ୍ତି ଶୁଭଶ୍ରୀ। ସାମାଜିକ ଦୂରତା ଓ କଟକଣାକୁ ମାନି ଦୁହେଁ ଏକାଠି ହୋଇଛନ୍ତି ।
BREAKING NEWS
- ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା;୨ ମୃତ, ୮ରୁ ଅଧିକ ଗୁରୁତର
- ରାଷ୍ଟ୍ରପତି ଭବନରେ ହୋଇପାରେ “ରାମାୟଣ ପାର୍ଟ ୧”ର ପ୍ରିମିୟର…
- ଦଶହରାରେ ଏହି ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନଚେତ୍ ଅନଶନ…
- ଇମ୍ଫାର କଳିଙ୍ଗ ନଗର ଗ୍ରୀନଫିଲ୍ଡ ପ୍ରକଳ୍ପ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନିତ
- ରଣଜୀ ଟ୍ରଫି: ଗୁଜରାଟଠାରୁ ବଡ଼ ବ୍ୟବଧାନରେ ହାରିଲା ଓଡ଼ିଶା
- ସରକାରୀ କାମ ପାଇଁ ଇଭି ଭଡ଼ାରେ ନେବା ନିୟମ କୋହଳ, ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି
- ପାର୍ଥବ କଲେ ନାହିଁ ଆବେଦନ, ପ୍ରଜ୍ଞାନ ଚୟନ କମିଟି ମୂଖ୍ୟ ପଦ ବଜାୟ ରଖିପାରନ୍ତି
- କଳିଙ୍ଗନଗରରେ ଆରମ୍ଭ ହେଲା ଶିଳ୍ପାୟନର ‘ସ୍ୱର୍ଣ୍ଣିମ ଅଧ୍ୟାୟ’
- ପାକିସ୍ତାନୀ ପାଇଲଟଙ୍କ ପାଇଁ ବନ୍ଦ ହେଲା ଇସ୍ରାଏଲ୍ ଆକାଶ: ଏୟାର ଫ୍ରାନ୍ସର ବଡ଼ ପଦକ୍ଷେପ

Comments are closed.