Latest Odisha News

BREAKING NEWS

ବାହାଘର ପାଇଁ ‘ମ୍ୟାରି ନାଓ, ପେ’ ଲ୍ୟାଟର’ ସ୍କିମ: ଏକ ଟଙ୍କା ସୁଧରେ ମିଳିବ ଋଣ

ନୂଆଦିଲ୍ଲୀ: ଝିଅ ବାହାଘର ପାଇଁ ଅର୍ଥ ଚିନ୍ତା କିଛି ନୂଆ କଥା ନୁହେଁ । ଏହା ପ୍ରତି ଘରର ସମସ୍ୟା । ନିଜ ସାମାଜିକ ସ୍ଥିତିକୁ ଦେଖି ବଜେଟ ପ୍ରସ୍ତୁତ କରିଥାନ୍ତି ବାପା-ମା । ତଥାପି ବାହାଘର ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ । ବାହାଘର ପରେ ଋଣ ବୋଝ ବୋହିବାକୁ ପଡିଥାଏ । ତେବେ ଖୁସିର ଖବର, ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ।   ଏହି ସମସ୍ୟା ଦୂର କରିବା ପାଇଁ ଏବେ ଆସିଛି ‘ମ୍ୟାରି ନାଓ, ପେ’ ଲ୍ୟାଟର’ ବ୍ୟବସ୍ଥା।

ଅର୍ଥାତ ଆପଣ ଝିଅ ବାହାଘର ପାଇଁ ଋଣ ନେବେ ଏବଂ ପରେ ଏହାକୁ ଶୁଝିବେ  । ଏକ ଟ୍ରାଭେଲ୍ ଫାଇନାନ୍ସ ପ୍ଲାଟଫର୍ମ ସଂକଶ’  ନିଜ ଗ୍ରାହକମାନଙ୍କୁ ‘ମ୍ୟାରି ନାଓ, ପେ’ ଲ୍ୟାଟର’ର ସୁବିଧା ଦେବାକୁ ଯାଉଛି। ଭାରତୀୟମାନଙ୍କ ପାଇଁ ଫୋନ, ଆପର୍ଟମେଣ୍ଟ ଏବଂ ଅନ୍ୟ ଦାମୀ ଜିନିଷ କିଣିବା ପାଇଁ ଏହି ସଂସ୍ଥା ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବ । ବାହାଘର କଥା ଯଦି କୁହ, ତେବେ ତ ଏଥିରେ ଆହୁରି ସୁବିଧା ରହିଛି ।

ବାହାଘର ପାଇଁ ଏହି ସଂସ୍ଥା ପ୍ରଥମେ ଋଣ ଯୋଗାଇ ଦେବ । ପ୍ରଥମ ୬ମାସ ବିନା ସୁଧରେ ମୂଳ ଆଦାୟ କରିବ । ଏହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ହେଲେ କଥାଟା ସତ । ଆହୁରି ଆଶ୍ଚର୍ଯ୍ୟ କଥା ହେଉଛି ଯଦି ଋଣ ସୁଝିବାର ଅବଧି ଏକ ବର୍ଷ ରଖିଥାନ୍ତି ତେବେ ଆପଣଙ୍କଠାରୁ ୧ ପ୍ରତିଶତ ସୁଧ ନେବ । ସଂକଶର ସହ ସଂସ୍ଥାପକ ଅଭିଳାଷା ନେଗୀ ଦହିୟାଙ୍କ କହିବା ଅନୁଯାୟୀ, ଉପଭୋକ୍ତାମାନେ ଅତିବେଶୀରେ ୧୨ ମାସ ଅବଧି ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ ଋଣ ନେଇ ପାରିବେ ।

ନେଗୀ ଦହିୟା କହିଛନ୍ତି ଯେ, “ଭାରତରେ ଆନୁମାନିକ ୪ଟ୍ରିଲିୟନ୍ ଡଲାର ବଜାରରେ ବିବାହ ଚତୁର୍ଥ ବୃହତ୍ତମ ଶିଳ୍ପ ଅଟେ। ଚଳିତ ବର୍ଷ ପ୍ରାୟ ୩୫ଲକ୍ଷ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବେ। ଆମେ ‘ମ୍ୟାରି ନାଓ, ପେ’ ଲ୍ୟାଟର’ ଜରିଆରେ ଦେଉଥିବା ଋଣ ବ୍ୟାଙ୍କ ଋଣଠାରୁ ଭଲ, କାରଣ ଆମଠାରୁ ଋଣ ନେଲେ ପ୍ରଥମ ୬ମାସ ଲୋକଙ୍କ ସୁଧ ଦେବାକୁ ପଡ଼ିବ ନାହିଁ ।’

Leave A Reply

Your email address will not be published.