Latest Odisha News

BREAKING NEWS

ପଶ୍ଚିମା ଝଡର ପ୍ରଭାବ: ଆଗାମୀ ୩ ଘଣ୍ଟା ମଧ୍ୟରେ ଟୁଇନ ସିଟିରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଶନିବାର ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ଲାଗି ରହିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ପଶ୍ଚିମା-ଝଡ ପ୍ରଭାବରେ ପାରାଦୀପ ରାଡ଼ାର ଦ୍ୱାରା ଉତ୍ତୋଳନ ହୋଇଥିବା ଚିତ୍ରରୁ  ମେଘ ସମୂହ ଦକ୍ଷିଣ ପଶ୍ଚିମ ରୁ ଉତ୍ତର -ପୂର୍ବ ଦିଗକୁ ଗତି ଦେଖିବାକୁ ମିଳୁଛି ।

ଏଥିସହିତ ଆଜି ସନ୍ଧ୍ୟାରେ ଟୁଇନ ସିଟିରେ ବର୍ଷା ସମ୍ଭାବନା ରିହଛି । ଆସନ୍ତା ୩ ଘଣ୍ଟା ମଧ୍ୟରେ ଭୁବନେଶ୍ଟର ଓ କଟକରେ  ଘଡଘଡି ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ  । ଏ ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ ।

Leave A Reply

Your email address will not be published.