Latest Odisha News

BREAKING NEWS

ମୟୁରଭଂଜ ଜିଲ୍ଲାରେ ଶହୀଦ ଦିବସ ପାଳିତ

ବାରିପଦା: ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଆଜି ମୟୁରଭଂଜ ଜିଲ୍ଲାରେ ଶହୀଦ ଦିବସ ପାଳନ ହୋଇଛି । ଏହି ଅବସରରେ ମୟୁରଭଂଜ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ ।

୨୦୦୯ ମସିହା ଅକ୍ଟୋବର ୧୩ ତାରିଖ ସଂଧ୍ୟାରେ ବଣ୍ଡାବ ଗାଁରେ ଚାଲିଥିଲା ଫୁଟବଲ୍ ମ୍ୟାଚ୍‌ର ପୁରସ୍କାର ବିତରଣ ଉତ୍ସବ । ସେହି ସମୟରେ ମାଓବାଦୀଙ୍କ ଅତର୍କିତ ଆକ୍ରମଣର ଜବାବ ଦେବାକୁ ଯାଇ ୩ ଜଣ ପୋଲିସ କର୍ମଚାରୀ ଚାନ୍ଦୁଆ ଥାନା ଏଏସ୍‌ଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗୟା ହେମ୍ବ୍ରମ୍ ସହିଦ ହୋଇଥିଲେ । ସେହି ଦୁଃଖଦ ଘଟଣା ତଥା ସେମାନଙ୍କ ବୀରତ୍ୱକୁ ମନେ ପକାଇ ଆଜି ଜିଲ୍ଲା ଆରକ୍ଷୀ ବାହିନୀ ତଥା ଶହୀଦଙ୍କ ପରିବାର ଲୋକେ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.