Latest Odisha News

BREAKING NEWS

ଅଷ୍ଟ୍ରେଲିଆକୁ ରପ୍ତାନି ହେବ ମାରୁତି ସୁଜୁକି ଜିମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ରପ୍ତାନି ହେବ ମାରୁତି ସୁଜୁକିର ବହୁ ପ୍ରତିକ୍ଷିତ ଜିମି କାର | କାର ନିର୍ମାତା ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି ଯେ ସେମାନେ ଜିମି(୫ଟି ଡୋର ଏସୟୁଭି) ଏବଂ ଫ୍ରଙ୍କ୍ସ କମ୍ପାକ୍ଟ ଏସୟୁଭିକୁ ଭାରତରୁ ଅଷ୍ଟ୍ରେଲିଆକୁ ରପ୍ତାନି କରିବେ | ଅର୍ଥାତ୍ ଭାରତରେ ନିର୍ମିତ ଜିମି ଏବଂ ଫ୍ରଙ୍କ୍ସ ଅଷ୍ଟ୍ରେଲିଆ ରାସ୍ତାରେ ଦୌଡିବ । କମ୍ପାନୀ ଗୁରୁଗାଓଁ ଏବଂ ଗୁଜୁରାଟରେ ଅବସ୍ଥିତ ପ୍ଲାଣ୍ଟରେ ଏହି କାରଗୁଡିକ ନିର୍ମାଣ କରୁଛି |

ମାରୁତି ଇଣ୍ଡୋନେସିଆକୁ ଏହାର ଗ୍ରାଣ୍ଡ ଭିଟାରା ଏସୟୁଭି ରପ୍ତାନି ଆରମ୍ଭ କରିସାରିଛି। ଦେଶର ଅଗ୍ରଣୀ କାର ନିର୍ମାତା ମାରୁତି ସୁଜୁକି ଦିଲ୍ଲୀ ଅଟୋ ଏକ୍ସପୋରେ ବହୁ ପ୍ରତୀକ୍ଷିତ ଜିମି(୫ଟି ଡୋର ଏସୟୁଭି) ଏବଂ ଫ୍ରଙ୍କ୍ସ କମ୍ପାକ୍ଟ ଏସୟୁଭି ଉପସ୍ଥାପନ କରିଥିଲା। ଲୋକମାନେ ଏହି ଦୁଇଟି କାରକୁ ବହୁତ ପସନ୍ଦ କରିଥିଲେ | ଏହି ଦୁଇଟି କାର ପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଛି | ଜିମି ପାଇଁ ୨୫,୦୦୦ ଟଙ୍କା ଏବଂ ଫ୍ରଙ୍କ୍ସ ପାଇଁ ୧୧,୦୦୦ ଟଙ୍କା ବୁକିଂ ରାଶି ରଖାଯାଇଛି |

ସମ୍ପ୍ରତି, କମ୍ପାନୀ ଫ୍ରଙ୍କ୍ସ ପାଇଁ ୬୫୦୦ରୁ ଅଧିକ ବୁକିଂ ଏବଂ ଜିମି ପାଇଁ ୧୮୦୦୦ ରୁ ଅଧିକ ବୁକିଂ ବୁକ୍ କରିଛି | ଜିମିର ଏକ୍ସ ସୋରୁମ ମୂଲ୍ୟ ୧୦ରୁ ୧୨ ଲକ୍ଷ ଟଙ୍କା ହୋଇଥିବାବେଳେ ଫ୍ରଙ୍କ୍ସର ଏକ୍ସ ସୋରୁମ ମୂଲ୍ୟ ୮ ଲକ୍ଷ ଟଙ୍କା ରହିଛି |

Leave A Reply

Your email address will not be published.