Latest Odisha News

BREAKING NEWS

ଖୁବ୍ ଶିଘ୍ର ଓଡ଼ିଶା କଂଗ୍ରେସରେ ହେବ ବଡ଼ଧରଣର ପରିବର୍ତ୍ତନ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରଦର୍ଶନ ଥିଲା ନୈରାଶ୍ୟଜନକ ।

ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଦସ୍ୟ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଏସମ୍ପର୍କରେ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ବୈଠକ ପରେ ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନାଦେଇ ବୁଧବାର ଦିନ କହିଛନ୍ତି ଯେ, ଦଳରେ ରାଜ୍ୟ କଂଗ୍ରେସରେ ଖୁବଶିଘ୍ର ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି ।

“ରାଜ୍ୟରେ କଂଗ୍ରେସକୁ ପୁଣିଥରେ ତୃଣମୂଳସ୍ତରରେ ସୁଦୃଢ କରିବା ଲାଗି ଗୁରୁତ୍ୱ ଦିଆଯାଉଛି । ଏହି ଅଦଳବଦଳରେ ନୂଆ ଚେହେରାଙ୍କୁ ଯଥେଷ୍ଟ ଗୁରୁତ୍ୱ ଦିଆଯିବା ସହିତ ବ୍ଲକସ୍ତରୀୟ, ଜିଲ୍ଲା ତଥା ଜୋନସ୍ତରରେ ବିଭିନ୍ନ ପରିବର୍ତ୍ତନ କରାଯିବ । ଏପରିକି ପିସିସି କାର୍ଯ୍ୟକର୍ତ୍ତାସ୍ତରରେ ମଧ୍ୟ ପରିବର୍ତ୍ତନ କରାଯିବ,” ବୋଲି ଓଡ଼ିଶା ଦାୟିତ୍ୱରେ ଥିବା ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ କହିଛନ୍ତି ।

ଦଳୀୟ ସୂତ୍ରରୁ ଜଣାପଡ଼ିଛି, ଏହି ଅଦଳବଦଳ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ଓପିସିସି ସଭାପତି ପଦବୀରେ ରହିବାକୁ ଦଳର ହାଇକମାଣ୍ଡ ତାଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.