Latest Odisha News

BREAKING NEWS

ଭାଗ୍ୟଶ୍ରୀଙ୍କ ସ୍ୱାମୀ ଚଳାଉଛନ୍ତି ଜୁଆ ର‌୍ୟାକେଟ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ସ୍ୱାମୀ ହିମାଳୟ ଦାସାନୀଙ୍କୁ ମୁମ୍ବାଇ ପୁଲିସ ବୁଧବାର ଦିନ ଗିରଫ କରିଛି । ମୁମ୍ବାଇର ଲୋଖଣ୍ଡ୍ଵାଲାରେ ହିମାଳୟ ଜୁଆ ର‌୍ୟା କେଟ ଚଲାଉଥିଲେ । ଏହି ଖବର ପୋଲିସ ଜାଣିବା ପରେ ହିମାଳୟଙ୍କୁ ଗିରଫ କରିଥିବା ଜଣାପଡିଛି । ତାଙ୍କ ସହ ଅନ୍ୟ କିଛି ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଆରମ୍ଭ କରିଛି ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଲୋଖଣ୍ଡ୍ଵାଲା ଅଞ୍ଚଳର ଏକ ଜୁଆ ଆଡ୍ଡାରୁ ୧୫ଜଣ ଲୋକଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ପଚରାଉଚରା କରିବା ପରେ ଭାଗ୍ୟଶ୍ରୀଙ୍କ ସ୍ୱାମୀ ହିମାଳୟଙ୍କ ନାଁ ସାମ୍ନାକୁ ଆସିଥିଲା । ତାଙ୍କୁ ଏବେ ଗିରଫ କରାଯାଇଛି । ତେବେ ଏ ନେଇ ଭାଗ୍ୟଶ୍ରୀଙ୍କ କୌଣସି ପ୍ରତିକ୍ରିୟା ଏ ଯାଏଁ ସାମ୍ନାକୁ ଆସିନାହିଁ ।

Leave A Reply

Your email address will not be published.