Latest Odisha News

BREAKING NEWS

କୋଭିଡ-୧୯ ପୋର୍ଟାଲରେ ପଞ୍ଜୀକରଣ କଲେ ମାଷ୍ଟରସେଫ୍ ଅବିନାଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ପଂଜୀକରଣ କଲେ ମାଷ୍ଟରସେଫ୍-୬ ବିଜେତା ଓଡ଼ିଆ ପୁୂଅ ଅବିନାଶ ନାଏକ । ସେ ନିକଟରେ ବାଲିରୁ ଫେରିବା ପରେ ଏହି ପୋର୍ଟାଲରେ ରେଜିଷ୍ଟେ୍ରସନ କରିଛନ୍ତି । ଏଥିସହ ସେ କରୋନା ଭାଇରସର ମୁକାବିଲା ପାଇଁ ହୋମ୍ କ୍ୱାରେନଟାଇନରେ ଅଛନ୍ତି । ଏନେଇ ଏକ ଭିଡିଓ ଜାରି କରି ସେ ସୂଚନା ଦେଇଛନ୍ତି ।

ଏଥିସହ ଯେଉଁମାନେ ମଧ୍ୟ ବିଦେଶରୁ ଓଡ଼ିଶା ଫେରିଛନ୍ତି ସେମାନେ ଓଡ଼ିଶା ସରକାରଙ୍କ ଏହି ଏହି ପୋର୍ଟାଲରେ ନାମ ପଂଜୀକରଣ କରିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସମସ୍ତେ ମିଳିମିଶି ଏକାଠି ହୋଇ କରୋନା ଭାଇରସକୁ ମୁକାବିଲା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.