Latest Odisha News

BREAKING NEWS

ରାଜଧାନୀରୁ ୧୬ଟି ଚୋରା ବାଇକ୍ ଜବତ, ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ

ଭୁବନେଶ୍ୱର: କ୍ୟାପିଟାଲ୍ ଥାନା ପୋଲିସ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ୧୬ଟି ଚୋରି ବାଇକ୍ ଜବତ କରିଛି । ପୋଲିସ ହାତରେ ଧରା ପଡ଼ିଛି ଗ୍ୟାଙ୍ଗର ମୁଖ୍ୟ ସୁକାନ୍ତ କୁମାର ରେଡ୍ଡୀ । ଅନ୍ୟ ଗିରଫ ମାନେ ହେଲେ ସୌମିତ୍ର ଦାସ, ଗୁଣଧର ମିର୍ଦା ଓ ସୋମନାଥ ଦାସ ।

ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ବେଳେ ଭୁବନେଶ୍ୱରରେ ରହି ବାଇକ୍ ଚୋରି କରୁଥିଲେ । ମୁଖ୍ୟ ଅଭିଯୁକ୍ତ ରେଡ଼୍ଡୀ ବ୍ରହ୍ମପୁରରେ ରହୁଥିଲା । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଏହି ଗ୍ୟାଙ୍ଗ ଜନଗହଳି ପୂର୍ଣ୍ଣ ମାର୍କେଟ୍ ଅଞ୍ଚଳରେ ସକ୍ରିୟ ଥିଲା ।

ରେଡ୍ଡୀ ଜଣେ ମେକାନିକ୍ ହୋଇଥିବା ବେଳେ ସେ ୟୁନିଟ୍-୧ ଓ ୟୁନିଟ୍-୨ ମାର୍କେଟ ସହ କ୍ୟାପିଟାଲ୍ ହସ୍ପିଟାଲ, ବାପୁଜୀ ନଗର ଓ ଅଶୋକ ନଗର ଆଦି ଅଞ୍ଚଳ ବୁଲି ଚୋରି ପାଇଁ ବାଇକକୁ ଚିହ୍ନଟ କରୁଥିଲା । ଯାହାକୁ ସକାଳେ ସମୟରେ ଏକ ଚାବି ସାହାଯ୍ୟରେ ଚୋରି କରି ନେଉଥିଲେ ।

ଚୋରି ବାଇକକୁ ସେ ରେଲୱେ ପାର୍କିଂ ଏବଂ ଅନ୍ୟ ସ୍ଥାନକୁ ନେଇ ଯାଉଥିଲା । ଚୋରିର କିଛିଦିନ ପରେ ବାଇକକୁ ଶ୍ରୀରାମନଗର ଗ୍ୟାରେଜକୁ ଆଣି ସେଥିରେ ଆଂଶିକ ପରିବର୍ତ୍ତନ ଆଣୁଥିଲା । ଏହାପରେ ଚୋରି ବାଇକ ଏବଂ ଅନ୍ୟ ପାର୍ଟ୍ସକୁ ବିକ୍ରି କରି ଦେଉଥିଲା ବୋଲି ଡିସିପି କହିଛନ୍ତି ।

Leave A Reply

Your email address will not be published.