Latest Odisha News

BREAKING NEWS

ଭାରତୀୟ ଗଣିତଜ୍ଞ ନିଖିଳ ଶ୍ରୀବାସ୍ତବଙ୍କୁ ମିଳିଲା ମାଇକେଲ ଆଣ୍ଡ ଶୀଲା ହେଲ୍ଡ ପୁରସ୍କାର

ୱାଶିଂଟନ: ଭାରତୀୟ ଗଣିତଜ୍ଞ ନିଖିଳ ଶ୍ରୀବାସ୍ତବ ସମ୍ମାନଜନକ ମାଇକେଲ ଆଣ୍ଡ ଶୀଲା ହେଲ୍ଡ ପୁରସ୍କାର ହାସଲ କରିଛନ୍ତି । ନିଖିଳ ଦୀର୍ଘ ସମୟ ଧରି କ୍ୟାଡିସନ-ସିଙ୍ଗର ସମସ୍ୟା ଓ ରାମାନୁଜ ଗ୍ରାଫ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ସହିତ ଅନ୍ୟ ୨ଜଣ ମଧ୍ୟ ଏହି ସମ୍ମାନର ହକଦାର ହୋଇଛନ୍ତି । ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ନିଖିଳ, ଏଡାମ ମାର୍କସ ଓ ଏଲନ ସ୍ପିଲମ୍ୟାନ ୨୦୨୧ ପାଇଁ ଉପରୋକ୍ତ ପୁରସ୍କାର ହାସଲ କରିଛନ୍ତି । ପଦକ ସହ ୧୦୦୦୦୦ ଆମେରିକୀୟ ଡଲାର ରାଶି ମଧ୍ୟ ସାମିଲ ।

ଏହି ୩ଜଣ ରୈଖିକ ବୀଜଗଣିତ, ବହୁପଦୀୟ ଜ୍ୟାମିତି ଓ ଗ୍ରାଫ ସିଦ୍ଧାନ୍ତ ମାଧ୍ୟମରେ ଏହାକୁ ସମାଧାନ କରିଥିଲେ । ନିଖିଳ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗରେ ଆସୋସିଏଟ ପ୍ରଫେସର ଅଛନ୍ତି ।

Leave A Reply

Your email address will not be published.