Latest Odisha News

BREAKING NEWS

ମାୟାବତୀଙ୍କ ବଡ ଘୋଷଣା: ଆଉ ମେଂଟ କରିବେ ନାହିଁ, ଏଥର ଏକାକୀ ଲଢିବେ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି ମୂଖ୍ୟ ସୁଶ୍ରୀ ମାୟାବତୀ ତାଙ୍କ ଜନ୍ମ ଦିନରେ ଏକ ବଡ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ବିଏସପି ଏବେ କୌଣସି ଦଳ ସହ ମେଂଟ କରିବ ନାହିଁ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଏକାକୀ ଲଢ଼ିବ ବୋଲି କହିଛନ୍ତି । ୨୦୨୩ରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଅନ୍ୟ ଯେଉଁଠାରେ ବି ନିର୍ବାଚନ ହେବ ସେଠାରେ କାହା ସହିତ ମେଂଟ କରିବୁ ନାହିଁ । ଏହା ପରେ ଲୋକସଭାରେ ନିର୍ବାଚନରେ ମଧ୍ୟ ଆମେ ଏକୁଟିଆ ଲଢ଼ିବୁ । ସେ ଏହି ଅବସରରେ ଏସପି ସରକାରଙ୍କୁ ସମାଲୋଚନା କରିଥିଲେ । ବିଏସପି କ୍ଷମତାରେ ଥିବା ବେଳେ ଏସସି ଓ ଏସଟି ଲୋକଙ୍କୁ ହକ ଦେଇଥିବା ବେଳେ ସନ୍ଥ ଏବଂ ଗୁରୁମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିଥିଲା ।

ବିଏସପି କ୍ଷମତାକୁ ଆସିଲେ ବାବା ସାହେବ ଆଇନି ଉପଯୁକ୍ତ ଲାଭ ସମସ୍ତେ ପାଇପାରିବେ । ଆମେ ସର୍ବଦା ଏସସି ଓ ଏସଟିଙ୍କ ଲଢ଼େଇ କରି ଆସିଥିଲୁ ଆଗକୁ ଏହା ଜାରୀ ରହିବ ବୋଲି ମାୟାବତୀ କହିଛନ୍ତି । ୨୦୧୪ ପରଠାରୁ ବିଏସପି ଭିନ୍ନ ଭିନ୍ନ ଦଳ ସହିତ ମେଂଟ କରିଥିଲେ ମଧ୍ୟ ବିଶେଷ ଫାଇଦା ହାସଲ କରିପାରି ନାହିଁ ।

Leave A Reply

Your email address will not be published.