Latest Odisha News

BREAKING NEWS

ଫାଇନାଲ ପୂର୍ବରୁ ୨ ଦେଶର ପ୍ରଧାନମନ୍ତ୍ରୀ କଥା କଟାକଟି

ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ସ୍କଟ ମୋରିସନ ସୋସିଆଲ ସାଇଟରେ ନିଜ ଦେଶକୁ ସମର୍ଥନ କରିବା ସହ ପରସ୍ପର କଥା କଟାକଟି ହୋଇଛନ୍ତି । ଫାଇନାଲ ପୂର୍ବରୁ ସ୍କଟ ମୋରିସନ ଟ୍ୱିଟ କରି ମୋଦିଙ୍କୁ ଟ୍ୟାଗ କରିଛନ୍ତି ଏବଂ ତାଙ୍କ ଦେଶ ଟ୍ରଫି ଜିତିବ ବୋଲି କହିଛନ୍ତି । ମୋଦି କହିଛନ୍ତି, ବ୍ଲ୍ୟୁ ମାଉଣ୍ଟେନ ପରି ଆସନ୍ତାକାଲି ଏମସିଜି ମଧ୍ୟ ବ୍ଲ୍ୟୁ ହୋଇଯିବ। ସ୍କଟ ମୋରିସର ଟ୍ୱିଟ କରି କହିଛନ୍ତି, ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ମହିଳା ବିଶ୍ୱକପ ଫାଇନାଲ ମେଲବର୍ଣ୍ଣରେ ହେବ । ଏମସିଜିର ବିଶାଳ ଷ୍ଟାଡିୟମ ଓ ଲୋକଙ୍କ ସମ୍ମୁଖରେ ଦୁଇଟି ବେଷ୍ଟ ଟିମ୍ ପରସ୍ପରକୁ ଭେଟିବେ।ଏହା ଏକ ଚମତ୍କାର ରାତି ଓ ଭଲ ମ୍ୟାଚ ହେବ। ତେବେ ଅଷ୍ଟ୍ରେଲିଆ ହିଁ ବାଜିମାତ କରିବ ।” ଏହାର ଜବାବର ମୋଦି ଦେଇ ଲେଖିଛନ୍ତି ଯେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଟି-୨୦ ବିଶ୍ୱକପ ଫାଇନାଲ ଆସନ୍ତାକାଲି ହେବ। ଏହାଠାରୁ ଆଉ ବଡ଼ କିଛି ନ ହୋଇପାରେ। ଉଭୟ ଟିମକୁ ଶୁଭେଚ୍ଛା ଓ ମହିଳା ଦିବସର ଶୁଭକାମନା । ଯିଏ ଭଲ ଖେଳିବ, ସିଏ ଜିତିବ। ବ୍ଲ୍ୟୁ ମାଉଣ୍ଟେନ ପରି ଆସନ୍ତାକାଲି ଏମସିଜି ମଧ୍ୟ ନୀଳ ହେଇଯିବ ।”

Leave A Reply

Your email address will not be published.