Latest Odisha News

BREAKING NEWS

‘ଏମଡିଏଚ’ ପକ୍ଷରୁ କନ୍ଧମାଳରେ ପ୍ରତିଷ୍ଠା ହେବ ‘ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ’

ଭୁବନେଶ୍ୱର: ଦେଶର ଅଗ୍ରଣୀ ମସଲା କମ୍ପାନୀ ମହାସିଆନ ଡି ହାତୀ (ଏମଡିଏଚ) ପ୍ରାଇଭେଟ ଲିମିଟେଡ଼ ଓଡ଼ିଶାର କନ୍ଧମାଳରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହାଦ୍ୱାରା ସେମାନେ ସ୍ଥାନୀୟ ମସଲା ଗୁଡିକୁ ପ୍ରୋତ୍ସାହିତ ମଧ୍ୟ କରିପାରିବେ ।

ଏନେଇ ‘ଏମଡିଏଚ’ର ମାଲିକ ‘ମହାଶୟ’ ଧର୍ମପାଲ ଗୁଲଟି ଶନିବାର ଦିନ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ତେବେ ଓଡ଼ିଶାରେ ଏହି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରିବା ପ୍ରସ୍ତାବରେ ଓଡିଶା ସରକାଙ୍କର ପୂର୍ଣ୍ଣ ସମର୍ଥନ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ।

କଳାହାଣ୍ଡି ସାଂସଦ ଅଚ୍ୟୁତ ସାମନ୍ତ ଗତ ଅଗଷ୍ଟ ୭ ତାରିଖରେ ଧର୍ମପାଲଙ୍କୁ ନୂଆଦିଲ୍ଲୀ ଠାରେ ଭେଟିଥିଲେ ।

ଚଳିତ ବର୍ଷ ‘ଜିଆଇ’ ମାନ୍ୟତା ପାଇଥିବା କନ୍ଧମାଳ ହଳଦୀର ଉତ୍ପାଦନକୁ ପ୍ରୋତ୍ସାହନ ଦେବାଲାଗି କନ୍ଧମାଳ ଠାରେ ଏକ ମସଲା ପ୍ରକ୍ରିୟାକରଣ ୟୁନଟି ସ୍ଥାପନା କରିବାକୁ ଅଚ୍ୟୁତ ତାଙ୍କୁ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.