Latest Odisha News

BREAKING NEWS

ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ‘କ୍ୟାପଟେନ କୁଲ’ !

ମୁମ୍ବାଇ: କ୍ରିକେଟ ଜଗତର ଜଣାଶୁଣା ନାମ ମହେନ୍ଦ୍ର ସିଂ ଧୋନି । ନିଜକୁ କ୍ରିକେଟରୁ ଦୂରେଇ ରଖିଥିବା ଧୋନି କିଛି ଦିନ ତଳେ ଭାରତୀୟ ସେନା ସହ ସୀମାରେ ନଜର ଆସିଥିଲେ । ବର୍ତ୍ତମାନ ଧୋନି ବଲିଉଡରେ ଏଣ୍ଟ୍ରି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ବଲିଉଡ୍‌ରେ ଧୋନି ଡେବ୍ୟୁ କରି ପାରନ୍ତି ବୋଲି ଶୁଣୁବାକୁ ମିଳୁଛି । ଧୋନି ନଜର ଆସିବାକୁ ଯାଉଥିବା ଏହି ଫିଲ୍ମର ନାଁ ‘ଡଗ୍‌ହାଉସ୍‌’ ରଖାଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ ସମୀର କାର୍ଣ୍ଣିକ।

ପୂର୍ବରୁ ସମୀର ‘ୟମଲା ପଗ୍‌ଲା ଦିଓ୍ଵାନା’ ଓ ଫିଲ୍ମ ‘ଚାର୍‌ ଦିନ୍‌କି ଚାନ୍ଦନୀ’ ପାଇଁ ମଧ୍ୟ ନିର୍ଦ୍ଦେଶନା ଦେଇ ସାରିଛନ୍ତି । ଏବେ ସେ ନିଜର ଆଗାମୀ ଫିଲ୍ମ ପାଇଁ ସଞ୍ଜୟ ଦତ୍ତଙ୍କୁ ବାଛିଥିବା ଶୁଣିବାକୁ ମିଳିଛି ।

ସଞ୍ଜୟଙ୍କ ବ୍ୟତୀତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଇମ୍‌ରାନ ହାସ୍‌ମୀ ଓ ସୁନୀଲ ସେଟ୍ଟୀ । ଧୋନିଙ୍କୁ ଏହି ଫିଲ୍ମରେ ଏକ ବିଶେଷ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି ।

Leave A Reply

Your email address will not be published.