Latest Odisha News

BREAKING NEWS

ଚାଇନା ପାରା ବ୍ୟାଡ଼ମିଣ୍ଟନ: ଉଭୟ ଡ଼ବଲ୍ସ ଓ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଖେଳାଳି ପ୍ରମୋଦ

ବେଜିଂ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଚାଇନା ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଏବଂ ଡ଼ବଲ୍ସ ବିଭାଗରେ ଫାଇନାଲ ମ୍ୟାଚରେ ବିଜୟୀ ହୋଇ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି ।

ଓଡ଼ିଆ ଖେଳାଳି ପ୍ରମୋଦ ଫାଇନାଲରେ ଇଂଲଣ୍ଡ ଖେଳାଳି ଡ଼ାନିଏଲ ବେଥେଲଙ୍କୁ ପରାସ୍ତ କରିଥିବା ବେଳେ ଡ଼ବଲ୍ସ ଫାଇନାଲରେ ସେ ଭାରତୀୟ ଯୋଡ଼ି ବିକ୍ରମ ଏବଂ ସୁହାସଙ୍କୁ ହରାଇ ଟାଇଟଲ୍ ହାସଲ କରିପାରିଛନ୍ତି । ମନୋଜ ସରକାରଙ୍କୁ ନିଜ ଯୋଡ଼ି ଭାବେ ଡ଼ବଲ୍ସ ବିଭାଗରେ ମ୍ୟାଚ ଖେଳୁଥିଲେ ଓଡ଼ିଆ ଖେଳାଳି ପ୍ରମୋଦ ।

ଚାଇନା ଓପନର ଉଭୟ ବିଭାଗରେ ଫାଇନାଲକୁ ଜିତି ପ୍ରମୋଦ ଦୁଇଟି ଟାଇଟଲ୍ ହାସଲ କରି ରେକର୍ଡ଼ କରିପାରିଛନ୍ତିି ।

ନିକଟରେ ସେ ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପରେ ଟାଇଟଲ୍ ହାସଲ କରିଥିଲେ । ଅର୍ଜୁନ ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଥିବା ପ୍ରମୋଦ ଭଗତ ଅନେକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିତି ଭାରତ ତଥା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।

Leave A Reply

Your email address will not be published.