Latest Odisha News

BREAKING NEWS

ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ! ମହାରାଷ୍ଟ୍ର ପରେ ଛତିଶଗଡ଼ରେ ଲାଗୁ ହେଲା ଆଇନ

ଛତିଶଗଡ଼ : ଏଣିକି ଛତିଶଗଡ଼ରେ ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ଯିବେ। କାରଣ ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ଲାଗୁ ହୋଇଛି ସାମ୍ବାଦିକ ସୁରକ୍ଷା ଆଇନ। ସର୍ବସମ୍ମତି କ୍ରମେ ଛତିଶଗଡ଼ ବିଧାନସଭାରେ ପାରିତ ହୋଇଛି ସାମ୍ବାଦିକ ସୁରକ୍ଷା ବିଲ୍‌। ଏହି ଆଇନ ସର୍ବସମ୍ମତି କ୍ରମେ ପାରିତ ହେବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏହାକୁ ରାଜ୍ୟ ଇତିହାସରେ ସ୍ୱର୍ଣ୍ଣିମ ମୁହୂର୍ତ୍ତ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ ଏହା ରାଜ୍ୟ ଇତିହାସରେ ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ। ଦୀର୍ଘ ଦିନରୁ ଏ ନେଇ ଦାବି ହୋଇ ଆସୁଥିଲା, ଯାହାକି ପୂରା ଦେଶରେ ଚର୍ଚ୍ଚାର ବିଷୟ ଥିଲା। ଆଜି ସର୍ବସମ୍ମତି କ୍ରମେ ବିଲ୍‌ ପାସ୍ ହୋଇଛି।

ଆଇନ ସର୍ବସମ୍ମତି କ୍ରମେ ପାରିତ ହେବା ପରେ ଏବେ ସାମ୍ବାଦିକ ମାନଙ୍କୁ ଧମକ ଦେବା କିମ୍ବା ସେମାନଙ୍କ ସହ କୌଣସି ହିଂସା ଘଟଣା ଘଟାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମ୍ବାଦିକ ସୁରକ୍ଷା ବିଲ୍‌କୁ ନେଇ ୩୦ ଦିନ ମଧ୍ୟରେ ଏକ କମିଟି ଗଠନ କରାଯିବ। ଏହି କମିଟି ସାମ୍ବାଦିକଙ୍କ ସହ ଜଡିତ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେପଟେ ବିଜେପି, ଏହି ବିଲରେ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା କରିବାକୁ ଦାବି କରିଥିଲା।

Leave A Reply

Your email address will not be published.