Latest Odisha News

BREAKING NEWS

ଭିମସାରରେ ଉତ୍ତେଜନା, ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀ ପିଟାପିଟି

ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ । ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି । ଭୋର ପ୍ରାୟ ସାଢେ ୪ଟା ବେଳେ ଏହି ଘଟଣା ଘଟିଥିବା ନେଇ ସ୍ଥାନୀୟ ପୋଲିସ ସୂଚନା ପ୍ରଦାନ କରିଛି।

ସୂଚନା ଅନୁସାରେ, କୌଣସି କାରଣକୁ କେନ୍ଦ୍ର କରି ଜଣେ ପିଜି ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ଯାଇ, PG ଛାତ୍ରଙ୍କୁ ମାଡ ମାରିଥିଲେ । ଏହାପରେ ଡାକ୍ତରୀ ଛାତ୍ରମାନେ ସିକ୍ୟୁରିଟି କାର୍ଯ୍ୟାଳୟକୁ ଆସି ଭଙ୍ଗାରୁଜା କରିଥିଲେ । ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା । କିନ୍ତୁ ସିକ୍ୟୁରିଟି ସଂସ୍ଥାକୁ ବାହାର କରାଯାଉ ବୋଲି ପିଲାମାନେ ଦାବି କରିଛନ୍ତି । ଅନ୍ୟପକ୍ଷେ ଆମର କିଛି ଡାକ୍ତରୀପିଲାଙ୍କୁ ସିକ୍ୟୁରିଟି ଗାର୍ଡ ଓ ଆଟେଣ୍ଡାଣ୍ଟ ମିଶିକି ପିଟିଥିଲେ । ଉଭୟପକ୍ଷରୁ ଡାକି ପଚରାଉଚରା କରାଯିବ ବୋଲି କହିଛନ୍ତି ବୁର୍ଲା ଭିମସାର ଅଧୀକ୍ଷକ ଲାଲମୋହନ ନାୟକ ।

Leave A Reply

Your email address will not be published.