Latest Odisha News

BREAKING NEWS

ସ୍କ୍ରିପ୍ଟ ଭଲ ଲାଗିଲା ନାହିଁ ବୋଲି ‘ବର୍ଡ଼ର ୨’ ଅଫରକୁ ରିଜେକ୍ଟ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଫିଲ୍ମ ‘ବର୍ଡ଼ର ୨’ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଖବର ସାମ୍ନାକୁ ଆସିଛି। ସନ୍ନି ଦେଓଲଙ୍କ ‘ଗଦର ୨’ର ଚମତ୍କାର ପ୍ରଦର୍ଶନ ପରେ ନିର୍ମାତାମାନେ ‘ବର୍ଡ଼ର ୨’ଫିଲ୍ମ ଉପରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ କେବେଠାରୁ ନିର୍ମାଣ ହେବ ଏବଂ କେବେ ଆସିବ ସେ ନେଇ ସମସ୍ତେ ଆଗ୍ରହୀ। ନିର୍ମାତାମାନେ ଏହି ଚଳଚ୍ଚିତ୍ରରେ ଅନେକ କଳାକାରଙ୍କୁ ସାମିଲ କରିବେ। ଏକ ରିପୋର୍ଟ ଅନୁଯାୟୀ କାର୍ତ୍ତିକ ଆର୍ୟନଙ୍କୁ ଏହି ଫିଲ୍ମ ପାଇଁ ଅଫର ଦିଆଯାଇଥିଲା।

‘ବର୍ଡ଼ର ୨’ର ସ୍କ୍ରିପ୍ଟ ପ୍ରସ୍ତୁତ ଥିବା ବେଳେ ଅଭିନେତା ସନ୍ନି ଦେଓଲଙ୍କ ସହ ଯୁବ କଳାକାରଙ୍କୁ ଯୋଡ଼ାଯିବ ବୋଲି ନିର୍ମାତା ଯୋଜନା କରିଛନ୍ତି। ଏଥିଲାଗି ପ୍ରଥମ ପସନ୍ଦ ଥିଲେ କାର୍ତ୍ତିକ ଆର୍ୟନ। ହେଲେ ଫିଲ୍ଟଟି ମଲ୍ଟିଷ୍ଟାରର ହୋଇଥିବା ଯୋଗୁଁ କାର୍ତ୍ତିକ ଏହା କରିବାକୁ ମନା କରିଦେଇଛନ୍ତି। ଏପରିକି ସ୍କ୍ରିପ୍ଟ ତାଙ୍କୁ ସେତେଟା ଆକର୍ଷକ ଲାଗିନାହିଁ ଏବଂ ପସନ୍ଦ ଆସିଲା ନାହିଁ ବୋଲି ସେ ମନା କରିଦେଇଛନ୍ତି ବୋଲି କୁହାଯାଉଛି।

ସୂଚନା ଅନୁସାରେ ଜେପି ଦତ୍ତା ୧୯୯୭ ମସିହାରେ ହିଟ୍ ଫିଲ୍ମ ବର୍ଡର ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ସନ୍ନି ଦେଓଲ୍, ସୁନୀଲ ଶେଟ୍ଟୀ, ଅକ୍ଷୟ ଖାନ୍ନା ଏବଂ ଜ୍ୟାକି ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଦତ୍ତାଙ୍କ ପ୍ରଡକ୍ସନ୍ ହାଉସ୍ ‘ବର୍ଡ଼ର ୨’ର ସିକ୍ୱେଲ୍ ପାଇଁ ସମାନ ଯୁବ ପ୍ରତିଭାଙ୍କୁ ନେଇ କରିବାକୁ ଚାହୁଁଛି ଏବଂ ସେଥିପାଇଁ ସେ ଗୋଟିଏ ପରେ ଗୋଟିଏ ବଲିଉଡର ଯୁବକମାନଙ୍କ ନିକଟରେ ପହଞ୍ଚୁଛନ୍ତି। କାର୍ତ୍ତିକ ଆର୍ୟନ୍ ଏହି ଫିଲ୍ମ ପ୍ରୋଜେକ୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ କେଉଁ ଯୁବ ତାରକା ଏହି ଫିଲ୍ମ ପାଇଁ ରାଜି ହୁଅନ୍ତି ତାହା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.