Latest Odisha News

BREAKING NEWS

ବି.ଏସସି ଫିଜିକ୍ସରେ ଫେଲ୍ ହୋଇଥିଲେ ଅମିତାଭ, ସେୟାର କଲେ ନିଜର ଛାତ୍ର ଜୀବନ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି-୧୫’ର ନୂତନ ଏପିସୋଡ଼ ରୋଲଓଭର ପ୍ରତିଯୋଗୀ ଡ. ଆଶିଷଙ୍କଠାରୁ ଆରମ୍ଭ ହୋଇଛି। ବିଗ୍ ବି ତାଙ୍କୁ ଏକ ସହଜ ମେମୋରୀ ଟେକନିକ୍ ବା ସ୍ମୃତି କୌଶଳ ଦେଖିବାକୁ କହିଥିଲେ। ଏହି ସମୟରେ ନିଜର ଛାତ୍ର ଜୀବନକୁ ମନେ ପକାଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ।

ସ୍ନାତକୋତ୍ତର ସମୟକୁ ମନେ ପକାଇ ସେ କହିଥିଲେ, ‘ମୁଁ ବି.ଏସସି ଫିଜିକ୍ସ(ପଦାର୍ଥ ବିଜ୍ଞାନ)କୁ ବାଛିଥିଲି। ହେଲେ ଏହି ବିଷୟ ସେତେଟା ସହଜ ନ ଥିଲା। ଏହାକୁ ନେଇ ମୁଁ ଚିନ୍ତିତ ଥିଲି। ସର୍ବଦା ଭୁଲ ବିଷୟ ବାଛିଥିବା ନେଇ ମନ ଦୁଃଖ କରୁଥଲି। ତିନି ବର୍ଷ ଧରି ସେହି ପାଠ୍ୟକ୍ରମକୁ ପଢ଼ିବାକୁ ପଡ଼ିଥିଲା। ପରେ ଦୁଇ ମାସ କେବଳ କଷ୍ଟ କରି ପାଠ ମନେ ରଖିଲି। ହେଲେ ପରୀକ୍ଷାରେ ପାସ୍‌ ହେବା ପରିବର୍ତ୍ତେ ଉକ୍ତ ବିଷୟରେ ବ୍ୟାକ୍‌ ଲାଗିଥିଲା।’

ହେଲେ ପରେ ପୁନର୍ବାର ପରୀକ୍ଷା ଦେଇ ପାସ୍ କରିଥିବା ଅମିତାଭ କହିଛନ୍ତି। କେବିସିରେ ୨୦୧୫ରେ ଗିନିଜ ବୁକ୍‌ ଅଫ୍‌ ଓ୍ବାର୍ଲଡ୍‌ ରେକର୍ଡରେ ନାମ କମାଇଥିବା ଡା. ଆଶିଷ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ତାଙ୍କ ସମ୍ମୁଖରେ ଅମିତାଭ ପୁରୁଣା ଦିନକୁ ମନେ ପକାଇଛନ୍ତି।

Leave A Reply

Your email address will not be published.