Latest Odisha News

BREAKING NEWS

ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ

ନୂଆଦିଲ୍ଲୀ: ନୂତନ ଇତିହାସ ରଚିବାକୁ ଯାଉଛନ୍ତି ପାଇଲଟ ଗୋପୀଚାନ୍ଦ ଥୋଟାକୁରା । ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ । ଏନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଗୋପୀଚାନ୍ଦ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍‌ କମ୍ପାନୀ ବ୍ଲୁ ଅରିଜିନର ନ୍ୟୁ ଶେଫର -୨୫ (ଏନ୍ଏସ୍-୨୫) ମିଶନ୍ ପାଇଁ ଚାଳକ ଦଳ ଭାବେ ମହାକାଶକୁ ଯାତ୍ରା କରିବେ । ତେବେ ଏହି ଯାତ୍ରା ସେ କେବେ କରିବେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନାହିଁ । ବ୍ଲୁ ଅରିଜିନ୍ସ ଲେଖିଛନ୍ତି ଗୋପୀ ହେଉଛନ୍ତି ଜଣେ ପାଇଲଟ୍‌ ଏବଂ ଏଭିଏଟର । ଗୋପୀଚାନ୍ଦ ଗାଡ଼ି ଚଳାଇବା ଶିଖିବା ପୂର୍ବରୁ ଫ୍ଲାଇଟ୍‌ ଚଳାଇବା ଶିଖିଥିଲେ । ଗୋପୀ ଗ୍ଲାଇଡର୍ , ଏରୋବେଟିକ୍, ସି ବିମାନ, ପାଇଲଟ୍ ଏବଂ ଏକ ଆନ୍ତର୍ଜାତୀୟ ମେଡିକାଲ୍ ଜେଟ୍ ଭାବରେ କାର୍ଯ୍ୟ କରିଛନ୍ତି । ନିକଟରେ ସେ ମାଉଣ୍ଟ କିଲିମଞ୍ଜାରୋ ଶିଖରକୁ ମଧ୍ୟ ଯାଇଥିଲେ ।

ପୂର୍ବତନ ଭାରତୀୟ ବାୟୁସେନା ପାଇଲଟ ୱିଙ୍ଗ କମାଣ୍ଡର ରାକେଶ ଶର୍ମା ୧୯୮୪ ରେ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ଥିଲେ । କିନ୍ତୁ ବ୍ଲୁ ଅରିଜିନ୍ସ କହିବା ଅନୁସାରେ ଗୋପୀ ଜଣେ ଭଲ ପାଇଲଟ୍ । ଏହି ଯାତ୍ରା ପାଇଁ ୬ ଜଣଙ୍କୁ ବଛାଯାଇଛି । ସେମାନଙ୍କ ମଧ୍ୟରୁ ଗୋପୀନାଥ ଥୋଟାକୁରା ଜଣେ ଭାରତୀୟ ହୋଇଥିବାରୁ ଭାରତବାସୀ ବେଶ୍‌ ଗର୍ବ ଅନୁଭବ କରୁଛନ୍ତି । ଏହି ମିଶନ ପାଇଁ ସିଲେକ୍ଟ ହେବା ପରେ ଗୋପୀ ଥୋଟାକୁରା କହିଛନ୍ତି  ବ୍ଲୁ ଅରିଜିନ୍ସ ର ଟ୍ୟାଗଲାଇନ୍ ହେଉଛି ‘ପୃଥିବୀର ଲାଭ ପାଇଁ’ ଏବଂ ସମସ୍ତଙ୍କର ଚେଷ୍ଟା ରହିବା ଦରକାର ପୃଥିବୀର ସୁରକ୍ଷା ପାଇଁ । ମହାକାଶରେ ବଞ୍ଚିବା ସମ୍ଭବ କି ନୁହେଁ ଜାଣିବା ପାଇଁ ସବୁବେଳେ ପ୍ରୟାସ କରାଯାଉଛି ।

Leave A Reply

Your email address will not be published.