Latest Odisha News

BREAKING NEWS

ଚୀନରେ ଆଉ ଏକ ବୁହାନ, ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ କରୋନା ସଂକ୍ରମଣ ଥମିବାର ନା ନେଉନି । ଚୀନର ଗୋଟିଏ ପରେ ଗୋଟିଏ ସହରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ ଖବର ଆସିଛି, ଚୀନର ତୃତୀୟ ଜନବହୁଳ ସହର ହେନାନ ପ୍ରାନ୍ତର ୯୦ ପ୍ରତିଶତ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏ ସୂଚନା ଦେଇଛନ୍ତି ହେନାନର ସ୍ୱାସ୍ଥ୍ୟ ଅଧିକାରୀ ।

ଏହା ପୂର୍ବରୁ କରୋନାର ଉତ୍ପତ୍ତି ସ୍ଥଳ ବୁହାନରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା । ଦୁନିଆରେ କରୋନାର ପ୍ରଥମ ମାମଲା ବୁହାନରେ ଚିହ୍ନଟ ହୋଇଥିଲା । ସୂଚନା ଅନୁସାରେ, ହେନାନର ୯୯.୪ ମିଲିୟନ୍ ଜନସଂଖ୍ୟାରୁ ୮୮.୫ ମିଲିୟନ୍ ଲୋକ କରୋନାରେ ଆକ୍ରାନ୍ତ ।

ଲଗାତାର ବିରୋଧ ପରେ ଚୀନ ସରକାର କୋଭିଡ୍ ତଥ୍ୟ ଦେବା ବନ୍ଦ କରି ଦେଇଥିଲେ । ଯାହାପର ଠାରୁ ସେଠାରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ହସ୍ପିଟାଲ ଗୁଡ଼ିକରେ ଲମ୍ବା ଲାଇନ୍ ଲାଗିଥିବା ବେଳେ ହସ୍ପିଟାଲରେ ବେଡ୍ ନାହିଁ । ସଂକ୍ରମଣ ବଢ଼ୁଥିବା ବେଳେ ଚୀନ ସମସ୍ତ ସୀମାକୁ ଖୋଲି ଦେଇଛି ।

Leave A Reply

Your email address will not be published.