Latest Odisha News

BREAKING NEWS

ଜବରଦସ୍ତ ଇଲେକ୍ଟ୍ରିକ୍ କାର୍ କମେଟ: ମାସକୁ ଖର୍ଚ୍ଚ ମାତ୍ର ୫୦୦ ଟଙ୍କା   

ନୂଆଦିଲ୍ଲୀ: ଏମ୍‌ଜି ମୋଟର ଇଣ୍ଡିଆ ନିଜର ଦ୍ୱିତୀୟ ଇଲେକ୍ଟ୍ରିକ କାର୍ କମେଟ୍ ଉପରୁ ପରଦା ଉଠାଇଛି। କାରର ମୂଲ୍ୟ ୧୦ ଲକ୍ଷ ତଳେ ରହିବ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ଭିତରେ କମ୍ପାନୀ କମେଟ୍ କାର୍ ପାଇଁ ୮୦୦ କୋଟି ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଛି। ଗୁଜରାଟର ହାଲୋଲରେ ଥିବା ପ୍ଲାଣ୍ଟରେ କମ୍ପାନୀ କାର ଉତ୍ପାଦନ କରିବ ବୋଲି କହିଛି।

BjdElectrycity

Electric vehicle MG Comet

କମେଟ୍ କାର୍‌କୁ ନେଇ କମ୍ପାନୀ ଆଶାବାଦୀ ରହିଛି। ଏଥିପାଇଁ ଉତ୍ପାଦନରେ ବୃଦ୍ଧି କରି ମାସକୁ ୩ ହଜାର ୟୁନିଟ୍ ପ୍ରଡକ୍ସନ କରିବାକୁ ଏମ୍‌ଜି ମୋଟର ଲକ୍ଷ୍ୟ ରଖିଛି। ଏହା ପୂର୍ବରୁ ମଧ୍ୟ ବ୍ରିଟିଶ କାର୍ ମେକର କମ୍ପାନୀ ଏମ୍‌ଜି ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ କାର୍ ଛାଡ଼ି ସାରିଛି। ୨୦୨୦ରେ ZS EV ଇଭି ନାଁରେ କମ୍ପାନୀ ପ୍ରଥମ ଇ-କାର ଭାରତରେ ଲଞ୍ଚ୍ କରିଥିଲା।

MG Comet EV Launch Likely In April As Carmaker's First Mass-Market Electric Car - ZigWheels

ଏମ୍‌ଜି ମୋଟର ଇଣ୍ଡିଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ଚବା ଗଣାଧ୍ୟମକୁ କହିଛନ୍ତି ଯେ କମେଟ କାର୍ ଥରେ ଚାର୍ଜ ହେଲେ ୨୩୦ କିମି ଯିବ। ସହର ଭିତରେ ଏହି କାର୍‌ର ବ୍ୟବହାର ପାଇଁ ଉପଯୋଗୀ। ତେଣୁ ଏହାର ମୂଲ୍ୟ ସୁହାଇଲା ଭଳି ରହିବ।

MG Comet EV interior teased ahead of launch in India - CarWale

ଏପ୍ରିଲ ୨୦ ତାରିଖରେ କାର ଉପରୁ ପରଦା ହଟାଇଲା ବେଳେ ଶ୍ରୀ ଚବା କହିଥିଲେ ଯେ ଯଦି ଆପଣ ମାସକୁ ୧୦୦୦ କିମି ଗାଡ଼ି ଚଳାଇବେ ତେବେ କାର୍‌କୁ ମାତ୍ର ୫ ଥର ଚାର୍ଜ କରିବାକୁ ପଡ଼ିବ। ଥରେ ଛାର୍ଜ କଲେ କମ୍ପାନୀ ନିଃସନ୍ଦେହ ୨୦୦ କିମି ଯିବ। ବିଜୁଳି ଦର ୟୁନିଟ ପିଛା ୬ ଟଙ୍କା ଖର୍ଚ୍ଚକୁ ହିସାବ କଲେ ଆପଣଙ୍କୁ ୧୦୦୦ କିମି ଡ୍ରାଇଭିଂ କରିବାକୁ ହେଲେ ମାତ୍ର ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଅର୍ଥାତ୍ କାର୍ ଚଳାଇବା ମୂଲ୍ୟ ଏକ ପିଜା, ପିଭିଆଇର ଟିକେଟ୍ ଓ ଦୁଇ କପ୍ କଫିର ମୂଲ୍ୟ ଠାରୁ ବି କମ।

MG Comet EV launch soon know about the features and price of the car

ସେ ଆହୁରି କହିଥିଲେ ଯେ ଆମର ସର୍ଭେ ଅନୁସାରେ, ଲୋକେ ମାସକୁ ପେଟ୍ରୋଲ ବାବଦକୁ ୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ତା ସହିତ ଗାଡ଼ିର ମେଣ୍ଟେନାନ୍ସ ଖର୍ଚ୍ଚ ବି ରହୁଛି। କମେଟ୍ କାର ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ କମେଟ୍ କାର୍‌ରେ ୧୭.୩ KWH li-ion ବ୍ୟାଟେରୀ ଦିଆଯାଇଛି। ୭ ଘଣ୍ଟାରେ କାର୍ ବ୍ୟାଟେରୀ ଫୁଲ୍ ଚାର୍ଜ ହୋଇଯିବ। ଏହାର ଏକ୍ସ ଶୋ ରୁମ ମୂଲ୍ୟ ୧୦ ଲକ୍ଷ ତଳେ ରହିପାରେ ବୋଲି କୁହାଯାଉଛି। ଅଟୋମେଟିକ ଟ୍ରାନ୍ସମିଶନ,ଦୁଇଟି ଫ୍ରଣ୍ଟ ଏୟାର ବ୍ୟାଗ୍ ଓ ରିଭର୍ସ ପାର୍କିଂ ବ୍ୟାଗ୍ ରହିଛି। ମେ ୧୫ ତାରିଖରୁ ଏହି କାର୍‌ର ବୁକିଁ ଆରମ୍ଭ ହୋଇଯିବ ଚବା କହିଛନ୍ତି।

Leave A Reply

Your email address will not be published.