Latest Odisha News

BREAKING NEWS

ନୌସେନାର ମିଗ୍-29 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ୍ ନିଖୋଜ

ନୂଆଦିଲ୍ଲୀ: ମିଗ୍-29ର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ  ପାଇଲଟ୍ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ଏନେଇ ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସନ୍ଧ୍ୟା ୫ଟାରେ ଏହି ଦୁର୍ଘଟଣା ଘଟିଥିଲା ।

ନୌସେନା ପକ୍ଷରୁ କୁହାଯାଇଛି ଯେ, ଆରବ ସାଗର ଉପରେ ଉଡ଼ାଣ ବେଳେ ମିଗ-29K ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନିଖୋଜ ପାଇଲଟଙ୍କ ସନ୍ଧାନ ଜାରି ରହିଛି । କେମିତି ଓ କେଉଁ ପରିସ୍ଥିତିରେ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ? ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.