Latest Odisha News

BREAKING NEWS

ଦେଶରେ ୯୩ ଲକ୍ଷ ପାର କଲା କରୋନା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ୯୩ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମିତ ବଢଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ ହଜାର ୮୨ ନୂଆ କରୋନା ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୯୩ ଲକ୍ଷ ୯ ହଜାର ୭୮୮କୁ ବୃଦ୍ଧି ପାଇଛି ।

ଗତକାଲି ଅପେକ୍ଷା ଆଜି କମିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ମହାମାରୀରେ ମୃତ୍ୟୁବରଣ କରିଛନ୍ତି ଆଉ ୪୯୨ ଆକ୍ରାନ୍ତ । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୫ ହଜାର ୭୧୫ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୬%।
ଏବେ ଦୈନିକ ଅଧିକ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସୁସ୍ଥ କମ୍ । ସାମାନ୍ୟ ବଢିଛି ଆକ୍ଟିଭ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୩୯ ହଜାର ୩୭୯ କରୋନା ଆକ୍ରାନ୍ତ ।

ଏହାରି ଭିତରେ ସୁସ୍ଥ ହେଲେଣି ୮୭ ଲକ୍ଷ ୧୮ ହଜାର ୫୧୭ ସଂକ୍ରମିତ । ୯୩ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ୪ ଲକ୍ଷ ୫୫ ହଜାର ୫୫୫ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.