Latest Odisha News

BREAKING NEWS

ଜମ୍ମୁକାଶ୍ମୀରର ଶୋପିଆନରେ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼

ଶ୍ରୀନଗର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରବାସୀ । ଜମ୍ମୁକାଶ୍ମୀରର ଶୋପିଆନରେ ଗୁରୁବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି । ଆତଙ୍କବାଦୀ ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼ କରିଥିବା ବେଳେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆତଙ୍କବାଦୀଙ୍କ ଆକ୍ରମଣରେ ଅନୱର, ହୀରାଲାଲ୍ ଓ ପିଣ୍ଟୋ ୩ ଜଣ ଆହତ ହୋଇଛନ୍ତି । ଏବେ ପୋଲିସ ଓ ସୁରକ୍ଷା କର୍ମୀ ଉକ୍ତ ଅଞ୍ଚଳକୁ କର୍ଡନ କରି ନେବା ସହ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

ଜୁଲାଇ ୧୦ରେ ଜମ୍ମୁ କାଶ୍ମୀର ପୋଲିସ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଜେକେଏଲ୍ଏଫ୍ ଓ ହୁରିୟତକୁ ସକ୍ରିୟ କରିବା ଲାଗି କାମ କରୁଥିବା ୧୦ ଜଣଙ୍କୁ ଗିରଫ କରିଥିଲା । ପୋଲିସ ସୂଚନା ଅନୁସାରେ, ଆତଙ୍କବାଦୀ ପାକିସ୍ତାନରୁ ଆସୁଥିବା ନିର୍ଦ୍ଦେଶ ଅନୁସାରେ କାମ କରୁଥିଲେ । ବିଦେଶୀ ସଂସ୍ଥାର ସମ୍ପର୍କରେ ଥିଲେ ।

ଗତ ମାସରେ ସୁରକ୍ଷା କର୍ମୀ ଜମ୍ମୁକାଶ୍ମୀରରେ ୧୧ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଜୁନ୍ ୨୩ରେ କୁପୱାଡ଼ାରେ ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲା ସେନା । ଏହା ପୂର୍ବରୁ ଜୁନ୍ ୧୬ରେ କୁପୱାଡ଼ାରେ ସେନା ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଥିଲେ । ଜୁନ୍ ୧୩ରେ ମାଛିଲ୍ ସେକ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

Leave A Reply

Your email address will not be published.