Latest Odisha News

BREAKING NEWS

ଦେଓଧର ଟ୍ରଫି: ପୂର୍ବାଂଚଳ ଦଳରେ ଓଡିଶାର ଶୁଭ୍ରାଂଶୁ

ଭୁବନେଶ୍ୱର: ଦେଓଧର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଗୁରୁବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ୧୫ ଜଣିଆ ଦଳରେ ଓଡିଶା ରଣଜୀ ଟିମର ଅଧିନାୟକ ଶୁଭ୍ରାଂଶୁ ସେନାପତି ସ୍ଥାନ ପାଇଛନ୍ତି । ଜୁଲାଇ ୨୪ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ପୁଡୁଚେରୀରେ ଏହି ୫୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯିବ । ଓଡିଶାର ଅନ୍ୟ ଜଣେ ଉଦୀୟମାନ ଖେଳାଳି ତାରିଣୀ ସା ଷ୍ଟାଣ୍ଡବାଇରେ ରହିଛନ୍ତି । ଝାଡଖଣ୍ଡର ସୌରଭ ତିୱାରୀଙ୍କୁ ଅଧିନାୟକ ଏବଂ ବେଙ୍ଗଲର ଅଭିମନ୍ୟୁ ଈଶ୍ୱରନଙ୍କୁ ଉପ ଅଧି ନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।

୬ଟି ଆଂଚଳିକ ଟିମକୁ ନେଇ ଏହି ଟୁର୍ଣ୍ଣାମେଂଟ ରାଉଣ୍ଡ ରବିନ ଲିଗ ଫର୍ମାଟରେ ଖେଳାଯିବ । ପ୍ରଥମ ୨ଟି ସ୍ଥାନରେ ଥିବା ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପୂର୍ବାଂଚଳ ଜୁଲାଇ ୨୪ରେ କେନ୍ଦ୍ରାଂଚଳ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହା ପରେ ଜୁଲାଇ ୨୬ରେ ଉତରପୂର୍ବାଂଚଳକୁ, ୨୮ରେ ଉତରାଂଚଳକୁ, ୩୦ରେ ଦକ୍ଷିଣାଂଚଳକୁ ଓ ଅଗଷ୍ଟ ୧ରେ ପଶ୍ଚିମାଂଚଳକୁ ଭେଟିବ

Leave A Reply

Your email address will not be published.