Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅନ୍ତର୍ଜାତୀୟ ମହିଳା ଦିବସ: ମହିଳାଙ୍କ ତ୍ୟାଗ, ବଳିଦାନ୍ ଓ ଅସୀମ ଧୈର୍ଯ୍ୟକୁ ସମ୍ମାନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ  । ମହିଳାଙ୍କ ତ୍ୟାଗ, ବଳିଦାନ୍ ଓ ଅସୀମ ଧୈର୍ଯ୍ୟକୁ ସମ୍ମାନ ଦେଇ ପାଳିତ ହେଉଛି ମହିଳା ଦିବସ  । ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ ।

କେବଳ ପୁରୁଷ ସାହାସୀ ନୁହନ୍ତି । ମହିଳାଙ୍କ ମନ ଭିତରେ ମଧ୍ୟ ସାହସ ଭରପୁର ମାତ୍ରାରେ ରହିଛି । ମହିଳାମାନେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ନରହି ସାହସିକତାର ପରିଚୟ ଦେଇଛନ୍ତି । ମନ ଭିତରେ ସାହସ ଥିଲେ ଅସମ୍ଭବ କାର୍ୟ୍ୟ ସମ୍ଭବ ହୋଇପାରେ ।

ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ ।

କିଛି କିଛି କାର୍ୟ୍ୟାଳୟ ଓ ଅନୁଷ୍ଠାନରେ ମହିଳା କର୍ମଚାରୀଙ୍କୁ ଉପହାର ପ୍ରଦାନ କରିବା ସହ ସାଜସଜ୍ଜା ବି ହୋଇଥାଏ ।  କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ମହିଳା ଦିବସ ବେଶ ଧୁମଧାମରେ ପାଳନ କରାଯାଇଥାଏ ।

କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ମହିଳା ଦିବସ ପାଳନ କରାଯାଇଥାଏ । ୧୯୦୮ ମସିହାରେ ଜଣେ ମହିଳା ଶ୍ରମିକଙ୍କ ଆନ୍ଦୋଳନ କାରଣରୁ ମହିଳା ଦିବସ ପାଳନ ହୋଇଛି। ଏହି ଦିନ ୧୫ ହଜାର ମହିଳା ଚାକିରି , ଅଧିକାର ଦାବି କରି ଆମେରିକାର ନ୍ୟୁୟର୍କ ସହରରେ ଆନ୍ଦୋଳନ କରିଥିଲେ ।

ଏହାପରେ ଆମେରିକାରେ ୨୮ ଫେବ୍ରୁଆରି ୧୯୦୯ରେ ପ୍ରଥମ ଥର ଜାତୀୟ ମହିଳା ଦିବସ ପାଳନ କରାଗଲା ।

ପ୍ରଥମ ଥର ପାଇଁ ମହିଳା ଦିବସ ନ୍ୟୁୟର୍କ ସହରରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଇଥିଲା ।  ଭାରତର କିଛି ସ୍ଥାନରେ ମହିଳାମାନେ ମୁଣ୍ଡ ଟେକି ପୁରୁଷଙ୍କ ସହ ହାତ ମିଶାଇ ଚାଲୁଥିବା ବେଳେ ଆଉ କିଛି ସ୍ଥାନରେ ମହିଳାମାନଙ୍କର ବଞ୍ଚିବା କଷ୍ଟକର ହୋଇ ପଡ଼ିଛି ।

ତେବେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଶ୍ୱବାସୀ ଏହା ପ୍ରତିଜ୍ଞା କରିବା ଉଚିତ ଘରେ ଏବଂ ରାସ୍ତାରେ ସମସ୍ତ ମହିଳାଙ୍କୁ ସମ୍ମାନର ସହିତ ବଞ୍ଚିବା ପାଇଁ ଦିଆଯାଉ ।

Comments are closed, but trackbacks and pingbacks are open.